ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ
ତାଳଚେର, ୨୩/୦୭ ତାଳଚେର ରଥଯାତ୍ରା ଭଜନସନ୍ଧ୍ୟା କମିଟି ଦ୍ୱାରା ଆୟୋଜିତ ସାଂସ୍କୃତିକ ସପ୍ତମସନ୍ଧ୍ୟାରେ ସ୍ଥାନୀୟ କଳାକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସଂସ୍କୃତି କାର୍ଯ୍ୟକ୍ରମରେ ଅତିଥିଭାବେ ଲିଙ୍ଗରାଜ ଏରିଆ ମାନବସମ୍ପଦ ପରିଚାଳନା (ଏପିଏମ) ରବଟ ସନ୍ଦେଲା ଓ ମଦନଗୋପାଲ ପାରମ୍ପାରିକ ରିତୀନୀତିରେ ଆଳତୀକରି ମଂଚର ଶୁଭଉଦଘାଟନ କରିଥିଲେ, ଏଥିରେ ନୃତ୍ୟଶିଳ୍ପୀ କଳାପ୍ରଦର୍ଶନ କରିଥିବା ବେଳେ ରାଜ୍ୟ ସରକାର ସଂସ୍କୃତି ତରଫରୁ ପୁରୀର ନବପ୍ରତିଭା ଓ ପୁରୀ ସାକ୍ଷୀଗୋପାଳ ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ନୃତ୍ୟଗୁରୁ ଅଶୋକ ଦାସ, ସୁଦର୍ଶନ ରାଏ, ସ୍ୱଂୟଶ୍ରୀ ନୃତ୍ୟ ଅନୁଷ୍ଠାନର ଗୁରୁ ଶଙ୍କର ବାଇ, ହାଇଫର ହାବେଲିର ନୃତ୍ୟଗୁରୁ ଗୋକୁ ସାର ନୃତ୍ୟ ପରିବେଶଣ କରିଥିଲେ ଓ ଅତିଥିମାନଙ୍କ ଦ୍ୱାରା ନୃତ୍ୟଶିଳ୍ପୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ସଞ୍ଜିବ ପଟ୍ଟନାୟକ ଓ ରାଜେଶ କୁମାର ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ଅରୁଣ ମହାରଣା, ଗୋପାଳ ମୋଦୀ, କବିତା ଦାସ, ଦିପକ ଦେବତା, ବିରଂଚି ଦାସ, ଭାଗୀରଥି ସାହୁ ଉପସ୍ଥିତ ଥିଲେ । ପ୍ରକାଶ ଥଉକି, ଏହି ଭଜନ ସନ୍ଧ୍ୟା ରଥଯାତ୍ରା ଦିନଠାରୁ ଆରମ୍ଭହୋଇ ବାହୁଡ଼ାଯ।।ତ୍ରା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ- ପଟ୍ଟନାୟକ ଏହା ଜଣାଇଛନ୍ତି ।



