କେଜିରୁ ପିଜି ମାଗଣା ଶିକ୍ଷା ବ୍ଲକ ଗ୍ରାଣ୍ଟ କଲେଜ କର୍ତ୍ତୃପକ୍ଷ ଚିନ୍ତାରେ
ତାଳଚେର, ୦୫/୦୮ ରାଜ୍ୟ ସରକାର କେଜିରୁ ପିଢି ପର୍ଯ୍ୟନ୍ତ ଶିକ୍ଷାଦାନରେ ଫି ଛାଡ କରିଛନ୍ତି । ବ୍ଲକଗ୍ରାଣ୍ଟ କଲେଜରେ ଏହାର କୁପ୍ରଭାବ ଦେଖିବାକୁ ମିଳିଲାଣି। ଦରମା ପାଇବାର ଅନିଶ୍ଚିତତା ଯୋଗୁଁ ଅନେକ ଚୁକ୍ତି ଭିଲିକ ଅଧ୍ୟାପକ ଚାକିରି ଛାଡୁଥିବା ଦେଖାଯାଉଛି। ଯାହାକୁ ନେଇ କଲେଜ ପରିଚାଳନା କର୍ତ୍ତୃପକ୍ଷ ଚିନ୍ତାରେ ପଡିଲେଣି । ବିଭିନ୍ନ କଲେଜ କର୍ତ୍ତୃପକ୍ଷ ନାମ ଲେଖାଇବା ସମୟରେ କେବଳ ଆଡମିଶନ ଫି କୁ ଛାଡି ଅନ୍ୟାନ୍ୟ ଫି ସଂଗ୍ରହ କରି ଛାତ୍ରଛାତ୍ରୀଙ୍କୁ ରସିଦ ଦେଇଥିଲେ । ଏହି ରସିଦ ସାମାଜିକ ଗଣମାଧ୍ୟମରେ ପ୍ରସାର ହେବାରୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବାରୁ ସଂପୂର୍ଣ ଫି ଛାଡ କରାଯାଇଥିଲା । ପ୍ରାୟ ସମସ୍ତ ଯୁକ୍ତ ୨ ଏବଂ ଯୁକ୍ତ ୩ ଶିକ୍ଷାନୁଷ୍ଠାନରେ ବିନା ଫିରେ ଆଡମିଶନ କରାଯାଇଛି। ୬୬୨ ଏବଂ ୪୮୮ ବର୍ଗ ମହାବିଦ୍ୟାଳୟରେ ପ୍ରଭାବ ଦେଖୁବାକୁ ମିଳିଛି। ଜିଲାରେ ୬୬୨ ବର୍ଗରେ ୨୬ଟି ଏବଂ ୪୮୮ ବର୍ଗରେ ୨୦ ଟି ମହାବିଦ୍ୟାଳୟ ରହିଛି । ଏହିସବୁ ବିଦ୍ୟାଳୟରେ ଚଳିତବର୍ଷ ଆଡମିଶନ, ରି ଆଡମିଶନ ଏବଂ ଅନ୍ୟାନ୍ୟ ଫି ସଂଗ୍ରହ କରାଯାଇନାହିଁ । ମହାବିଦ୍ୟାଳୟ ଗୁଡିକରେ ବିଜୁଳି ବିଲ, ଇଣ୍ଟରନେଟ୍ ବିଲ, ଅନ୍ୟନ୍ୟ ପ୍ରଶାସନିକ ଖର୍ଜ, ବୁକ୍ତି ଭିଭିକ ଅଧ୍ୟାପକଙ୍କ ଦରମା ଦେବାକୁ ନେଇ ସମସ୍ୟା ଉପୁଜିଛି । ସରକାର ଯେଉଁ ୧୦ ପ୍ରତିଶତ ଅନୁଦାନ ଆକାରରେ ଦେବେବୋଲି ଘୋଷଣା କରାଯାଇଛି ତାହା କେବେ ଦେବେ ସେନେଇ କୌଣସି ସୃଷ୍ଟତା ନାହିଁ । ସରକାରୀ ଅନୁଦାନ ମିଳିବାରେ ଯେଉଁ ବିଳମ୍ବ ହୁଏ ସେ ନେଇ ସମସ୍ତଙ୍କର ଅଳ୍ପ ଅଧୂକ ଅନୁଭବ ରହିଛି । ଅନେକ ଚୁକ୍ତିଭିତ୍ତିକ ଶିକ୍ଷକ ବା ଅଧ୍ୟାପକ ଚାକିରି ଛାଡିବା ଆରମ୍ଭ କରିଛନ୍ତି। ଯେଉଁ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଉଛି ସେଥ୍ରେ ଆଶାୟୀଙ୍କ ସଂଖ୍ୟା କମ୍ ରହୁଥିବା ଲକ୍ଷ୍ୟ କରାଯାଉଛି। ଏ ସଂପର୍କରେ ୬୬୨ ବର୍ଗ ଅଧ୍ୟାପକ ସଂଘର ନେତା ଗୋଲଖ ବିହାରୀ ନାୟକ କୁହନ୍ତି, ସରକାର କେଜିରୁ ପିଳି ମାଗଣା ଘୋଷଣା କରିବା ସ୍ବାଗତ ଯୋଗ୍ୟ ପଦକ୍ଷେପ | ଯେଉଁସବୁ ମହାବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କ ଆଡମିଶନ ଏବଂ ରିଆଡମିଶନ ପଇସାରେ ଗ ລ ସେମାନେ ଏହା ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । ଜିଲାରେ ମ ମହାବିଦ୍ୟାଳୟ ଏବଂ ସ୍ବଫଶା ଫଶାସିତ ମହାବିଦ୍ୟାଳୟକୁ ଛାଡିଦେଲେ ଅନ୍ୟ ଅନ୍ୟ ସବୁ କଲେଜ ଗୁଡି ଗୁଡିକ ପ୍ରଭାବିତ ହେବେ। ଏହାକୁ ନେଇ କଲେଜ ପରିଚାଳନା କର୍ତ୍ତୃପକ୍ଷ । ଅନୁଷ୍ଠାନକୁ ମହିଳା କିଭଳି ଚଳାଇବେ ସେ ଦିଗରେ ସରକାର ଚିନ୍ତା କରିବ ରିବା ଉଚିତ ସେ ବୋଲି କହିଛନ୍ତି ।



