ଚିଚିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁଦିବସ ପାଳିତ ହୋଇଯାଇଛି
ଚିଚିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର ଗୁରୁଦିବସ ଉତ୍ସାହ ଓ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଭାରତର ମହାନ ଶିକ୍ଷାବିତ୍ ତଥା ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରୁକ୍ଷଦେବ ମାଝୀ,ସହ ଶିକ୍ଷକ ଅଶ୍ୱିନ ମଙ୍ଗରାଜ,ନିରଞ୍ଜନ ମାଧୁରୀ ନିଆଲ, ନିରଞ୍ଜନ ଗୌତମ , ଦିଲ୍ଲୀପ କୁମାର ପଟେଲ,, ବିଶ୍ୱ ରଞ୍ଜନ ଆଚାର୍ଯ୍ୟ, ଭାଗିରଥି ରାଉତ, ଯୋଗେସ ଚନ୍ଦ୍ର ଭୋଇ, ମାନସ ରଞ୍ଜନ ପଣ୍ଡା କୁଞ୍ଜ ବିହାରୀ ପଟେଲ, ଲଳିତକିଶୋର ପାଣିଗ୍ରାହୀ, ବଳଭଦ୍ର ନାଏକ ଶିକ୍ଷୟତ୍ରୀ ମାଧୁରୀ ନିଆଲ, ଚିନ୍ମୟୀ ବାଗ, ଶେଫାଳି ମଙ୍ଗରାଜ, ମାଧୁରୀ ନାଏକ ଗୁରୁଦିବସର ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗୁରୁ କେବଳ ପାଠ ପଢ଼ାନ୍ତି ନାହିଁ, ବରଂ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଚରିତ୍ର, ଶୃଙ୍ଖଳା, ନୈତିକତା ଓ ମାନବିକତାର ପଥ ଦେଖାଇଥାନ୍ତି ବୋଲି ବକ୍ତାମାନେ କହିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁମାନଙ୍କ ପ୍ରତି ସମ୍ମାନ ଜଣାଇବା ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟ ପରିସରରେ ଦିନଟି ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଥିଲା।ଜନସମ୍ପ କ ସାମ୍ବାଦିକ ଉପସ୍ଥିତ ଥିଲେ
କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ପରସ୍ପରକୁ ଗୁରୁଦିବସର ଶୁଭେଚ୍ଛା ଜଣାଇଥିଲେ।
କଳାହାଣ୍ଡି ରୁ କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ



