ବଳପୂର୍ବକ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଗିରଫ
ସମଲ ଥାନାରେ ମାମଲା ରୁଜୁ, ଧମକ ଓ ଜବରଦସ୍ତି ଚାନ୍ଦା ଆଦାୟ ବିରୋଧରେ କଠୋର ପଦକ୍ଷେପ
ତାଳଚେର: ପୂଜା ଚାନ୍ଦା ଆଦାୟ ନାମରେ ବଳପୂର୍ବକ ଟଙ୍କା ମାଗିବା ଓ ଧମକ ଦେବା ଅଭିଯୋଗରେ ସମଲ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଏହି ଘଟଣାକୁ ନେଇ ସମଲ ଥାନାରେ କେସ୍ ନମ୍ବର ୩୬୬/୨୦୨୬ରେ ମାମଲା ରୁଜୁ ହୋଇଛି। ପୂଜା ପାଇଁ ଚାନ୍ଦା ଆଦାୟ ସମୟରେ କାହାକୁ ଧମକ ଦେବା, ଜବରଦସ୍ତି ଟଙ୍କା ଆଦାୟ କରିବା କିମ୍ବା ଭୟଭୀତ କରିବା ଭଳି କାର୍ଯ୍ୟକଳାପକୁ ପୋଲିସ ଗୁରୁତ୍ୱର ସହ ନେଇଛି।
ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଚାନ୍ଦା ଆଦାୟ ନାମରେ ଆଇନ ହାତକୁ ନେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ। ଏଥିସହ ପୂଜା ପର୍ବକୁ ଶାନ୍ତି, ସଦ୍ଭାବ ଓ ପାରସ୍ପରିକ ସମ୍ମାନ ସହ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।



