କୁଚିଣ୍ଡା ଅଞ୍ଚଳର ଲୁକାଇତ ପ୍ରତିଭା !!
ଶ୍ରୀ ଚକ୍ରଧର ମାଝୀଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !
ସମ୍ବଲପୁର ୧୧/୦୯
କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୪,ଗଣେଷ ପଡାର ବାସିନ୍ଦା ଶ୍ରୀ ଚକ୍ରଧର ମାଝୀ ! ପେସାରେ ଜଣେ ଶିକ୍ଷକ,ସେ ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ ଭୋଜପୁର ରେ କାର୍ଯ୍ୟରତ କିନ୍ତୁ ତାଙ୍କ ଭିତରେ ଲୁକାଇତ ଅବସ୍ଥାରେ ଅନେକ ଗୁଣ ଭରି ରହିଛି ! ସେ ଜଣେ ଲେଖକ,ଗୀତକାର,ବାଦ୍ୟକାର ତଥା ସମାଜ ସେବୀ ମଧ୍ୟ !ତାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାରରୁ ସୂଚନା ମିଳିଛି ଯେ ସେ ଜଣେ ବହୁମୁଖୀ ସମ୍ମାନର ଅଧିକାରୀ ଅଟନ୍ତି, ତାଙ୍କର ବାଲ୍ୟ କାଳରୁ ହିଁ ସଙ୍ଗୀତ ପ୍ରତି ରୁଚି ରହିଛି !ସେ ପିଲା ଦିନଠୁ ଗାଁ କୀର୍ତ୍ତନ ମଣ୍ଡଳୀରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦ଟି ସମ୍ବଲପୁରୀ ଓ ଓଡ଼ିଆ ଭାଷାରେ ଗୀତ ଭଜନ ଲେଖି ପ୍ରକାଶିତ ହୋଇ ସାରିଛି ! ତା ମଧ୍ୟରୁ ମୁଖ୍ୟତଃ ମୁଇ ସମ୍ବଲପୁରୀ ନନୀ, ବିୟୁଟି ସମ୍ବଲପୁର, ଗୁରୁ ବନ୍ଧନା, ନୂଆଖାଇ ତିହାର, ଇଷ୍ଟଦେବୀ ମହାମାୟୀ ପ୍ରମୁଖ ଅନେକ ସଙ୍ଗୀତ ଭଜନ ବଜାରରେ ଲୋକେ ଶୁଣୁଛନ୍ତି !ଏହାକୁ ଦେଖି ସାଧାରଣରେ ଅନେକ ସାହିତ୍ୟ ଅନୁଷ୍ଠାନରୁ ତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ଶ୍ରୀ ଚକ୍ରଧର ବାବୁ କୁଚିଣ୍ଡା ଅଞ୍ଚଳରେ ଲୋକଙ୍କ ପାଇଁ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ହୋଇ ପାରିଛନ୍ତି। ଏହା ବ୍ୟତୀତ ସେ ନାଟକରେ ଅଭିନୟ, ନିର୍ଦ୍ଦେଶନା ମଧ୍ୟ କରନ୍ତି ! ଏହି ସବୁ ପ୍ରତିଭା ପାଇଁ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଚନ୍ଦ୍ରକାନ୍ତି ମାଝୀ ଓ ଦୁଇ ପୁଅ ଅନୁପ, ଅୟୁସ୍ମାନ ସବୁବେଳେ ତାଙ୍କୁ ଉତ୍ସାହିତ କରିଥାନ୍ତି ବୋଲି ସେ କହିଛନ୍ତି !ଆଗକୁ ତାଙ୍କର ଆବଭାବ ସମାଜକୁ ଏକ ନୂଆ ଦିଗ ଦର୍ଶନ ଦେବ ବୋଲି ଆଶା କରୁଛୁ।



