ଢେଙ୍କାନାଳ ସଟ୍ରିଙ୍ଗ ମାଲିକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ
ଢେଙ୍କାନାଳ ବାଜିଚୌକସ୍ଥିତ ସଂଘ କାର୍ଯ୍ୟାଳୟରେ ସଟ୍ରିଙ୍ଗ ମାଲିକ ସଂଘ ପକ୍ଷରୁ ପବିତ୍ର ବିଶ୍ୱକର୍ମା ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି।
ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ କରାଯିବା ସହ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା।
ମଧ୍ୟାହ୍ନ ସମୟରେ ଉପସ୍ଥିତ ଭକ୍ତ, ଅତିଥି ଓ ସଂଘର ସଦସ୍ୟମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
ପୂଜକ ଦୁଲା ଭାଇନ ପୂଜା ଅର୍ଚ୍ଚନା କରିଥିଲେ
ଏହି ପୂଜା ଉତ୍ସବରେ ସଂଘ ସଭାପତି ବସନ୍ତ ଦଳେଇ, ଉପସଭାପତି ସନ୍ତୋଷ ରାଉତ, ସମ୍ପାଦକ ଚକ୍ରଧର ରାଉତ, କୋଷାଧ୍ୟକ୍ଷ ତ୍ରିଲୋକ ରଞ୍ଜନ ଦଳେଇଙ୍କ ସମେତ କୁନା ମହାନ୍ତି, ବିଜୁ ଦଳେଇ, ବସନ୍ତ ବେହେରା, ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରଫୁଲ୍ଲ ମଲ୍ଲିକ, ଦୁଶାସନ ବେହେରା, ହେମି ବାବୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।



