ତାଳଚେର ଗଣେଶପୂଜାରେ ଶ୍ରୀନିବାସ ଆଚାର୍ଯ୍ୟ
ତାଳଚେର, ୨୩/୦୯ ଗରୁଡ଼ ଗବେଷକ ତଥା ପ୍ରଚାରକ ପଣ୍ଡିତ ଶ୍ରୀନିବାସ ଆଚାର୍ଯ୍ୟ ତାଳଚେର ଗସ୍ତକରି ପ୍ରଥମେ ରାଜବାଟ୍ଟୀ ପରିଦର୍ଶନ କରିବାପରେ ଜଗନ୍ନାଥ ମନ୍ଦିର ଯାଇ ଶ୍ରୀ ଜଗନ୍ନାଥଙ୍କ କୃପାଭିକ୍ଷା କରିଥିଲେ । ସେଠାରୁ ସେ ପ୍ରସିଦ୍ଧ ଗଣେଶପୂଜାର ସମସ୍ତ ମେଢ଼ ବୁଲି ଦେଖିବା ସହିତ ଆଶଇର୍ବାଦ ଭିକ୍ଷା କରିଥିଲେ । ସେ ଦୈନିକ ପ୍ରର୍ଥନା ଚ୍ୟାନେଲ ଓ ୟୁଟୁବ୍ ମାଧ୍ୟମରେ ଗରୁଡ଼ ପୁରାଣ ପ୍ରବଚନ ଦେବା ସହିତ ସେ ଜଣେ ଓଡ଼ିଶାର ଚର୍ଚ୍ଚିତ ଚେହେରାଭାବେ ପରିଚିତ ହୋଇଛନ୍ତି । ଏହି ଦିନିକିଆ କାର୍ଯ୍ୟକ୍ରମରେ ସମସ୍ତ ଶୁଭେଚ୍ଛୁ ଓ ସାମାଜିକ କର୍ମୀ ରଣଜିତ୍ ମହାପାତ୍ର ରହିବା ସହିତ ବରିଷ୍ଠ ସାମ୍ବାଦିକ ତଥା ପଣ୍ଡିତ ମନୋଜ ଶତପଥୀଙ୍କ ସାକ୍ଷାତକାରରେ ସେ ଖୁସି ଅନୁଭବ କରି ତାଳଚେର ପ୍ରସିଦ୍ଧ ଗଣେଶପୂଜା ଓ ଐତିହାସିକ ଜଗନ୍ନାଥମନ୍ଦିର ଉପରେ ସାରଗର୍ଭକ ମନ୍ତବ୍ୟ ପ୍ରଦାନ କରିଥିଲେ ।



