ମହାମାରି ଅଧିନିୟମ ଏବଂ COVID – 19 ପାଇଁ ସଚେତନତା କାର୍ଯ୍ୟକ୍ରମ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ୧୮.୦୨.୨୦୨୧ ରିଖ ଦିନ ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା । ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକାରଣର ପ୍ୟାନେଲ ଲୟାର , PLVs ମାନଙ୍କୁ ନେଇ ADR , ସମ୍ମିଳନୀ ଗୃହ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ମୌତ୍ରୀ ସାମନ୍ତ ରାୟ ମହାମାରି ନିୟମ ବିଷୟରେ ବିଷଦ ଭାବରେ ଆଲୋକପାତ କରି ମହାମାରି ବ୍ୟାପିବାଦ୍ବାରା ଲୋକମାନେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏବଂ ଏହାର ନିରାକରଣ ବିଷୟରେ ଅବଗତ କରାଇଥିଲେ । ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମୟୀ ନନ୍ଦ ସରକାରଙ୍କ COVID – 19 ପାଇଁ ପ୍ରଣିତ ହୋଇଥିବା ବିଭିନ୍ନ ନୀତି , ନିୟମ ବିଷୟରେ ଆଲୋକପାତ କରିଥିଲେ ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଏହି ନିୟମକୁ ମାନି ଚଳିବାପାଇଁ ନିଜ ବକ୍ତବ୍ୟରେ ଦର୍ଶାଇଥିଲେ । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ପରିଚାଳନା କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସତନ୍ତ୍ର ଜଜ୍ ( ଭିଜିଲାନ୍ସ ) ଲଳିତ କୁମାର ଦାଶ , ପାରିବାରିକ ଅଦାଲତର ବିଚାରପତି ଦିପ୍ତିରଂଜନ କାନୁନ୍ଗୋ , ମୁଖ୍ୟ ବିଚାରବିଭାଗିୟ ମାଜିଷ୍ଟ୍ରେଟ୍ର ମୁକ୍ତିଙ୍ଗଳନ ଶତପଥୀ , ବରିଷ୍ଟ ଦେଓନୀବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ , ବରିଷ୍ଟ ଦେୱାନୀ ଅଦାଲତ ( ଏଲ.ଆର.ଓଏଲ୍ . ଟି.ଭି ) ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ , ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତି ଶ୍ରୀ ଛାୟାକାନ୍ତ ଦାଶ , ବରିଷ୍ଟ ଦେୱାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ , ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମତି ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ ଓ ନିଶା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l



