ନାବାର୍ଡ ପକ୍ଷରୁ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ




ଜଗତସିଂହପୁର
ତା =24/2/23
ନାବାର୍ଡ ପକ୍ଷରୁ ବିରିଡି ବ୍ଲକ ଅନ୍ତର୍ଗତ ପୂରଣ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ନାବାର୍ଡ C.G.M ସି ଉଦୟଭାସ୍କର ମୁଖ୍ୟଅତିଥି ଭାବେ ଯୋଗଦେଇ ସିଲେଇ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡର ଡିଜିଏମ ଏସ ଆର ପଣ୍ଡା | କମଲ ପଟ୍ଟନାୟକ | ବସୁମାତାର ସଭାପତି ଗୟାଧର ମହାନ୍ତି |,ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାସ | ସ୍ତାନୀୟ କାନାଡ଼ା ବ୍ୟାଙ୍କ ପରିଚାଳକ ଧର୍ମେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜଗତସିଂହପୁର ଜିଲ୍ଲା ନାବାର୍ଡ ଅଧିକାରୀ ବିଶ୍ୱଭୂଷଣ ମହାନ୍ତି ସଭାପତିତ୍ୱ କରିଥିବାବେଳେ ବସୁମାତା ଅନୁଷ୍ଠାନର ସଭାପତି ଗୟାଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




