ବିଧାନସଭାରେ ଶୁକ୍ରବାର ୨୦୨୩-୨୪ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ରାଜ୍ୟରେ ସାମଗ୍ରିକ ବିକାଶ ସହ ଜନ କଲ୍ୟାଣ ପାଇଁ ସରକାର ବହୁ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେବେ । ଏଥିପାଇଁ ବଜେଟରେ ପାଣ୍ଠି ବରାଦ କରାଯାଇଛି । ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେଥିରୁ ୯୪ ହଜାର କୋଟି ପ୍ରଶାସନିକ ବ୍ୟୟ ପାଇଁ ବରାଦ ହୋଇଥିଲାବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦକୁ ୧ ଲକ୍ଷ ୨୫ ହଜାର କୋଟିକୁ ବୃଦ୍ଧି ହୋଇଛି । ବଜେଟରେ ଗରୀବ, ଅବହେଳିତ, ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟଲଘୁ ଓ ପଛୁଆ ବର୍ଗର ବିକାଶକୁ ଧ୍ୟାନରେ ରଖି ପାଣ୍ଠି ବରାଦ ହୋଇଛି । ସରକାରଙ୍କ ବଜେଟରେ ସ୍ୱାସ୍ଥ୍ୟକୁ କରାଯାଇଛି ସର୍ବାଧିକ ଫୋକସ ।




