ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଲେଟ କାଫେ ଉଦ୍ଘାଟିତ


ଢେଙ୍କାନାଳ ତା ୨୭ ୦୨ , ୨୦୨୩ ଓ ଗୃହ ଆଜି ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଲେଟ କାଫେ ଉଦ୍ଘାଟିତ ହୋଇଯାଇଛି । ମିଶନ ଶକ୍ତି ସହଯୋଗରେ ଓମ ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଏହି ମିଲେଟ କାଫେକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠି ଉଦ୍ଘାଟନ କରିଛନ୍ତି । ଏହି ମିଲେଟ କାଫେରେ ଓମ ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସ୍ଵାଦିଷ୍ଟ ଖାଦ୍ୟ ସାମଗ୍ରୀ ସହିତ ଏସ୍.ଏଚ.ଜି. ଦ୍ବାରା ପ୍ରସ୍ତୁତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପକରଣ ବିକ୍ରି କରାଯିବ । ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା . ଅଶୋକ କୁମାର ଦାଶ , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ପୌର ନିର୍ବାହୀ ଅଧିକାରୀ ଶ୍ରୀ ତରୁଣ କୁମାର ମହାପାତ୍ର , ସଦର ବିଡିଓ ଶ୍ରୀ ସୁଧୀର କୁମାର ନାୟକ , ମିଶନ ଶକ୍ତିର ଡି.ପି.ସି. ମୋନାଲିସା ଭଞ୍ଜ ଏବଂ ଓମ ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ଥିଲେ । ଜିଲାର ସମସ୍ତ ପ୍ରମୁଖ କାର୍ଯ୍ୟାଳୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବ୍ଲକ କାର୍ଯ୍ୟାଳୟ ଆଦିରେ ଏହି ପରି ମିଲେଟ କାଫେ ଖୋଲାଯାଇ ମହିଳା ମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ କରାଯାଉଛି । ସୂଚନା ଯୋଗ୍ୟ ଯେ , ମାଣ୍ଡିଆ ସମସ୍ତଙ୍କ ପାଇଁ ଏକ ଉପାଦେୟ ସୁଲଭ ଏବଂ ଶସ୍ତା ଖାଦ୍ୟଶସ୍ୟ ହୋଇଥିବାରୁ ଏହାର ବହୁଳ ବ୍ୟବହାର ନିମନ୍ତେ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି ।




