ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଦିନିକିଆ ଗଞ୍ଜାମ ଗ୍ରସ୍ତ।
ଗଞ୍ଜାମ.୨୬/୩/୨୩,ଆଜି ମୁଖ୍ୟମନ୍ତ୍ରୀ ନବୀନ
ପଟନାୟକ ଗଞ୍ଜାମ ଗ୍ରସ୍ତରେ ଆସି ବିଭିନ୍ନ ସଭାରେ ଉଦବୋଧନ ଦେବା ସହ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ହେଲିକେପଟର ଯୋଗେ ଆସି ପ୍ରଥମେ କବିସୂର୍ଯ୍ୟ ନଗରରେ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଏକ ଜନସଭା ରେ ଯୋଗଦେଇ ଉପସ୍ଥିତ ଜନତାଙ୍କୁ ସମ୍ଭୋଧିତ କରିଥିଲେ।ଏହା ପରେ ମୁଖମନ୍ତ୍ରୀ
ହିଞ୍ଜିଳିକାଟୁ ବ୍ଲକ ସାରୁ ଗ୍ରାମର ମେଘମାଳ
ପଡିଆରେ ସଭାସ୍ଥଳରେ ଯୋଗଦେଇ।୧୯୫୨,୮୯ କୋଟି ଟଙ୍କାର ୮୫୨ ଗୋଟି ଉର୍ନତି ମୂଳକ କାର୍ଯ୍ୟର ଶିଳାନ୍ୟାସ କରିବା ସହ ୨୨ହଜାର ୨ଶହ ମିଶନ ଶକ୍ତି ଗୋଷ୍ଠୀ
ଙ୍କୁ ବିନା ସୁଧରେ ଋଣ ପ୍ରଦାନ କରିଥିଲେ. ୨୦
ହଜାର ହିତାଧିକାରୀ କାରୀଙ୍କୁ ଘରଡ଼ିହ ପଟା
ବଣ୍ଟନ କରିବା ସହ ମିଶନ ଶକ୍ତି ଫାର୍ମ ଫ୍ରେସ
ବେଟାରି ଚାଳିତ ଗାଡିର ଶୁଭ ଆରମ୍ଭ କରି ଥିଲେ.ମୁଖମନ୍ତ୍ରୀ ହିଞ୍ଜିଳି ଠାରେ ଏକ ରୋଡ଼
ସୋ ରେ ଯୋଗ ଦେଇଥିଲେ।ଏହା ପରେ
ପୂର୍ତ୍ତବିଭାଗ ଡାକବଙ୍ଗଳାରେ କିଛି ସମୟ ବିଶ୍ରାମ ନେଇ ଛତ୍ରପୁର ଆସି ଭୁବନେଶ୍ୱର
ଅଭିମୁଖ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ।ମୁଖ୍ୟମନ୍ତ୍ରୀ
ଏହି ଗ୍ରସ୍ତ ସମୟରେ ତାଙ୍କ ସହ 5ଟି ସଚିବ
ଭି. କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂସାଦ ଚନ୍ଦ୍ରଶେଖର ସାହୁ ,ସଂସାଦ ପ୍ରମିଳା ବିଶୋଇ , ଜିଲ୍ଲା ର ବିଧାୟକ ଗଣ ,ଓ ଜିଲା ପରିଷଦ ସଭାପତି ପ୍ରମୂଖ ଉପସ୍ଥିତ ଥିଲେ.




