କେନ୍ଦୁଝର କଂଗ୍ରେସ ପକ୍ଷରୁ ମୋଦିଙ୍କ ଏକଛତ୍ରବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ



କେନ୍ଦୁଝର କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସାମ୍ନାରେ ରାହୁଲ ଗାନ୍ଧୀଙ୍କୁ ନିର୍ଯ୍ୟାତନା ପ୍ରତିବାଦରେ ମୋଦି ବିରୋଧି ପ୍ରତିବାଦ ସମାବେଶ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦାନୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନକରି ଓଲଟା ରାହୁଲ ଗାନ୍ଧିଙ୍କୁ ହଇରାଣ ହରକତ କରୁଥିବା କଥା କଂଗ୍ରେସ କର୍ମୀ ଓ ନେତମାନେ କହିଥିଲେ। ରାହୁଲ ଗାନ୍ଧି ଓ କଂଗ୍ରେସ ଜିନ୍ଦାବାଦ କରି ନରେନ୍ଦ୍ର ମୋଦି ମୁର୍ଦ୍ଦାବାଦ ନାରା ଦେଇ ଥିଲେ। ଦେଶର ସରକାରୀ ଏଲଆଇସି ଟଙ୍କା ଆଦାନୀ କମ୍ପାନୀରେ ଲାଗିଛି ସରକାରୀ ରେଡ୍ ପରେ ଆଦାନୀ ଗୋଟେ ପରେ ଗୋଟେ କମ୍ପାନୀ କିଣିବା ସନ୍ଦେହ ସୃଷ୍ଟି କରୁଛି। ଏହି ସବୁ କଥା ରାହୁଲ ଗାନ୍ଧୀ ପରଦାଫାସ କରି ଥିବାରୁ ରାଗରେ ହତାଶ ହୋଇ ମୋଦି ସମର୍ଥକ ମାନେ ରାହୁଲଙ୍କୁ ହତାଶ କରିବାକୁ ଜୋରଦାର ଉଦ୍ୟମ ଚଳେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ କୋର୍ଟ ଜେଲ ଦଣ୍ଡାଦେଶ ଦେଇଛି ପୁଣି ସେ ଲୋକସଭା ସଦସ୍ୟତା ହରାଉ ହରାଉ ଘର ଖାଲି କରିବାକୁ ନୋଟିସ ଆସିବାର ଉଦ୍ଦେଶ୍ୟ ମନ୍ଦ ବୋଲି
କଂଗ୍ରେସ ନେତାମାନେ କହିଥିଲେ କଂଗ୍ରେସ ଭବନରୁ ସମବେତ କଂଗ୍ରେସ କର୍ମୀ ବିକ୍ଷୋଭ ରାଲି କେନ୍ଦୁଝର ବଜାର ବୁଲେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ମୋଦିଙ୍କ ଫଟୋ ଚିତ୍ର ଦାହ କରିଥିଲେ ଏଥିରେ ପିସିସି ପୂର୍ବତନ ସମ୍ପାଦକ ସଂଗ୍ରାମ ଦାସ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା ବସନ୍ତ ସୁଢଳ ସେଠୀ
କେନ୍ଦୁଝର ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁରେଶ ଧୀର ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ରାଜ ସଦର ବ୍ଲକ ସଭାପତି ଉତ୍ତମ ସାହୁ ଚିତ୍ତରଂଜନ ରାଉତ ପ୍ରଭାକର ନାୟକ ବିଶ୍ଵନାଥ ବେଜ ବୀରଭଦ୍ର ମହାନ୍ତ ରନାକର ଜେନା ପାୟୋଧର ବେହେରା ଲଳିତ ନାୟକ ମନୋରଞ୍ଜନ ରାଉତ ଗୌରହରି ନାୟକ ସୁଜନି ନାଏକ ଜେନାମଣି ମହାନ୍ତ ଆଦି ନେତା କର୍ମୀ ଯୁବ ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇ ଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




