(ସମାଜସେବୀ ଦେବେନ୍ଦ୍ର କୁମାର ମଲ୍ଲିକ ଙ୍କୁ ବ୍ୟାସ ସେବା ସଂମ୍ମାନ ରେ ସଂମ୍ମାନିତ କଲା ବ୍ୟାସ ଫାଉଣ୍ଡେସନ )
ଜଗତସିଂହପୁର







ତା =30/3/23
ତିର୍ତୋଲ ଅଂଚଳର ବିଶିଷ୍ଟ ସମାଜସେବୀ ତଥା ତ୍ରିତୋଲ ବ୍ଲକର ଆତ୍ମା ଅଧକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ ଙ୍କୁ ବ୍ୟାସ ଫାଉଣ୍ଡେସନ ତରଫରୁ “ବ୍ୟାସ ସେବା ସଂମ୍ମାନ “ରେ ସଂମ୍ମାନିତ କରାଯାଇଛି | ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାରଧର୍ମୀ ସଂଗଠନ ବ୍ୟାସ ଫାଉଣ୍ଡେସନ ଏ ଚାରିଟେବୁଲ ଟ୍ରଷ୍ଟ ର ତ୍ରୟୋମାସିକ ପତ୍ରିକା ଗୀତାଜ୍ଞାନାଞ୍ଜନ ର ପଞ୍ଚମ ସଂଖ୍ୟା ପବିତ୍ର ଜାଗ୍ରତ ଗୌରୀପୀଠ ରଣପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ରାହ୍ମଚାରୀ ସତ୍ୟାନନ୍ଦ ଦାସମହାରାଜ | ମୁଖ୍ୟ ବକ୍ତା ବ୍ରହ୍ମଚାରୀ ସାଧୁ ସନ୍ଥ ଦିବାକର ଦାସମହାରାଜ | ସଂମ୍ମାନିତ ଅତିଥି ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ହୃଷିକେଶ ସାହୁ | ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଇଂ ଧରମାନନ୍ଦ ଷଢଙ୍ଗୀ | ବିଶିଷ୍ଟ ଚିକତ୍ସକ ଅର୍ପିତା ପ୍ରିୟଦର୍ଶନି | ସାହିତ୍ୟିକ ଚୌଧୁରୀ ବରଦା ପ୍ରସନ ଦାସ | ଫାଉଣ୍ଡେସନ ସଭାପତି ପଣ୍ଡିତ ଡା ସିଦ୍ଧେସ୍ୱର ପଣ୍ଡା | ପଣ୍ଡିତ ପ୍ରଶାନ୍ତ ଶତପଥୀ | ନଗେନ୍ଦ୍ର ନାଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶ୍ରୀ ମଲ୍ଲିକଙ୍କୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ବ୍ୟାସ ସେବା ସଂମାନରେ ସଂମ୍ମାନିତ କରିଥିଲେ | ଫାଉଣ୍ଡେସନର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ସମାରୋହରେ ଓଡିଶାର ବହୁ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




