ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ
ଆଜି ଅପରାହ୍ନରେ ସ୍ଥାନୀୟ ଜେନ୍ କଟେଜ ଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ର ଏକ ସାମ୍ବାଦିକ ସମ୍ମିଳନୀ ସଭାପତି ବିପ୍ଳବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଯୁଦ୍ଧିଷ୍ଠିର ଜେନା ଓ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜୟନ୍ତ ମହାନ୍ତି ଯୋଗ ଦେଇ ଭାରତବର୍ଷରେ ବର୍ତ୍ତମାନ ଏକଛତ୍ରବାଦ ଶାସନ ଚାଲିଛି ଓ ଦେଶର ଗଣତନ୍ତ୍ର ସମ୍ପୁର୍ଣ୍ଣ ବିପନ୍ନ ହୋଇ ଯାଇଥିବା ପ୍ରକାଶ କରିଥିଲେ। ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ କାର୍ଯ୍ୟକ୍ରମରେ ୩୭୫୦ କିଲୋମିଟର ରାସ୍ତା ପଦଯାତ୍ରାରେ ଅତିକ୍ରମ କରି ଦେଶରେ ଲୋକପ୍ରିୟତା ହାସଲ କରିପାରିଥିଲା ବେଳେ ଏଥିରେ ଅସହିଷ୍ଣୁ ହୋଇ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଏକ ତଳ କୋର୍ଟର ରାୟକୁ ଆଧାର କରି ତାଙ୍କର ସାଂସଦ ପଦ ରଦ୍ଦ କରିବା ସହ ତାଙ୍କୁ ମିଳିଥିବା ଗୃହ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକି ଗଣତନ୍ତ୍ର ରାଷ୍ଟ୍ର ପାଇଁ ଏକ କୃର ପରିହାସ। ତାଙ୍କୁ କୋର୍ଟ ପକ୍ଷରୁ ଅପିଲ ପାଇଁ ୩୦ଦିନର ମହଲତ ମିଳିଥିଲେ ମଧ୍ୟ ତାକୁ ଭୃକ୍ଷେପ ନ କରି ଅଗଣତାନ୍ତ୍ରିକ ଭାବେ ସଭ୍ୟ ପଦ ରଦ୍ଦ କରି ଦିଆଗଲା। ଏଣୁ ଆଜି ସାମ୍ବାଦିକମାନଙ୍କ ମାଧ୍ୟମରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସ୍ତରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇ ଦିଆଯାଇଛି। ଆଜିର ଏହି ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଜୟନ୍ତ ସାହୁ, ଜିଲ୍ଲା ମୁଖପାତ୍ର ଗୋପାଳ ନାଥ, ଆଇନ ସେଲ ଅଧ୍ୟକ୍ଷ ଧର୍ମେନ୍ଦ୍ର ମିଶ୍ର, ଅନୁଗୋଳ ବ୍ଲକ କଂଗ୍ରେସ ସଭାପତି ଅମୁଲ୍ୟ ବେହେରା, ରାଜ୍ୟ ଓବିସି ସେଲ ସମ୍ପାଦକ ଜିତେନ୍ଦ୍ର ସାହୁ,ରାଜ୍ୟ ଏସସି ସେଲ ଆବାହକ ଟିକନ ବେହେରା, ଜିଲ୍ଲା ଓବିସି ଅଧ୍ୟକ୍ଷ ପ୍ରବୋଧ ସ୍ବାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।




