
୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀ ପାଣ୍ଡିଆନ ଶ୍ରୀସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ। କାର୍ଯ୍ୟର ଅଗ୍ରଗତିରେ ସେ ସନ୍ତୋଷ ପ୍ରକାଶ କରିଥିଲେ।
ଶ୍ରୀ ପାଣ୍ଡିଆନ୍ ବାଶେଳୀ ସାହିରେ ୧୦ ଏକର ଜମିରେ ନିର୍ମାଣାଧୀନ ଧର୍ମଶାଳା କାମ ବୁଲି ଦେଖିଥିଲେ। ଏଥିରେ ୪ହଜାର ଲୋକ ରହିବା ବ୍ୟବସ୍ଥା କରାଯାଉଛି। ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ ହେଉଥିବା କାର୍ ଓ ବସ୍ ପାର୍କିଙ୍ଗ କାର୍ଯ୍ୟ ମଧ୍ୟ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ। ରଥଯାତ୍ରା ପୂର୍ବରୁ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।




