କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ
ନିକଟ ଅତୀତରେ କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକରେ ଅନ୍ତର୍ଗତ ଟାପରାଙ୍ଗ ଠାରେ ମାଓବାଦୀ ଓ ଜବାନଙ୍କ ମଧ୍ୟ ଗୁଳି ବିନିମୟରେ ତିନି ମାଓ ନିହତ ହୋଇ ଜଣେ ଡିଏସପି ଅତୁଲ ଦାସଙ୍କ ଗୋଡ଼ ଗୁଳି ମାଡ଼ରେ ଆହତ ହେବାପରେ ସାରା ଜିଲ୍ଲାରେ ଭୟର ବାତାବରଣ ଦେଖିବା ମିଳିଛି। ଏହାର କିଛି ଦିନ ବ୍ୟବଧନରେ ୧୫ତାରିଖ ଦିନ ମାଓବାଦୀଙ୍କ ଦ୍ବାରା ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ସେହିଦିନ ଠାରୁ ବିଭିନ୍ନ ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟ ର ମାରି ତାଙ୍କର ଉପସ୍ଥିତ ଜାହିର କରିବା ଲାଗିଛନ୍ତି। ଆଜି ପୁଣି ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଫାଣ୍ଡି ଅଧିନସ୍ଥ ଡେଙ୍ଗେନ ଛକ ବା କୁଚେଇଯୋର ଠାରେ ମାଓ ପୋଷ୍ଟର।ଏଥିରେ ଲାଲୁ ନିଆଲ ପାଷ୍ଟିକୁଡି ଭବାନୀପାଟଣାର ବଡ଼ପଡା ବିନ୍ଦୁ ନାଏକ, ଜୟପାଟଣା ବ୍ଲକ ପାଣି ଗାଁର ଭଦ୍ରାଞ୍ଚଲ ନାଏକ ଙ୍କ ନାରେ ବିଭିନ୍ନ ଅଭିଯୋଗ ନେଇ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ବାନ ଦେଇଛନ୍ତି।ଏହି ତିନି ଜଣ ସରକାରୀ ଶିକ୍ଷକ ମାନଙ୍କୁ ବିଭିନ୍ନ ଆଳରେ ହଇରଆଣ କରି ଟଙ୍କା ମାଗିବା,ନୀରିହ ସରକାରୀ କର୍ମଚାରୀଙ୍କୁ ହଇରାଣ କରୁଥିବା, ମାଓବାଦୀ ବିରୋଧୀ ବନ୍ଦ କରିବା,ଠକ ମିଡ଼ିଆ କାମ ବନ୍ଦ କରିବା, ପୋଷ୍ଟର ଉଲ୍ଲେଖ କରିଥିବା ବେଳେ ପାଷ୍ଟିକୁଡି ର ଲାଲୁ ନିଆଲ ନିରୀହ ଯୁବତୀ ମାନଙ୍କୁ ଚାକିରି କରାଇଦେବା ନାଁ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲିଙ୍ଗ କରି ଟଙ୍କା ମାଗିବା, ଆଦିବାସୀ ମାନଙ୍କ ଠାରୁ ଆଣିବା ଥିବା ଟଙ୍କା ଏକ ସପ୍ତାହ ମଧ୍ୟରେ ଟଙ୍କା ଫେରାଇବାକୁ ଆହ୍ବାନ ଦେବା ସହିତ ଏହି କାର୍ଯ୍ୟ ଦୁରେଇ ନରହିଲେ ଆଗାମୀ ଦିନରେ ପ୍ରଜାକୋଟକୁ ଡକାଯିବ ଯିବ ବୋଲି ଚେତାବନୀ ଦିଆଯାଇଛି ଏହି ତିନି ଜଣଙ୍କୁ ପୋଲିସ ଦ୍ୱାରା ତଦନ୍ତ କରି ଦଣ୍ଡ ଦେବା ପାଇଁ ମଧ୍ୟ ଦାବି କରାଯାଇଛି। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।





