ଜାତୀୟ ଉଦ୍ୟାନ ପରିଷଦ,ଭୂବନେଶ୍ୱର ଆନୁକୁଲ୍ୟରେ କୃଷକ ତାଲିମ ଏବଂ ସଚେତନତା ଶିବିର
ଅନୁଗୋଳ – ଜାତୀୟ ଉଦ୍ଯାନ ପରିଷଦ,ଭୂବନେଶ୍ୱର ଆନୁକୁଲ୍ୟରେ ଶ୍ରୀ ସୁରେନ୍ଦ୍ର ସିଂହ,ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏନ୍ ଏଚ୍ ବି ଯୋଜନା କାର୍ଯ୍ୟକାରିତା ପାଇଁ ଏକ ଦିନିକିଆ ତାଲିମ ଓ ସଚେତନତା ଶିବିର ଗତକାଲି ଆତ୍ମା,ଅନୁଗୋଳ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶିବିରରେ ଶ୍ରୀ ସଚ୍ଚିଦାନନ୍ଦ ଭୋଳ, ଉପନିର୍ଦ୍ଦେଶକ ଅନୁଗୋଳ, ବିରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ଡି ଡି ଏମ୍ ନାବାର୍ଡ, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ,ଅନୁଗୋଳ, ତାଳଚେର,ପାଳଲହଡା ଯୋଗଦାନ କରି ଯୋଜନାଗୁଡିକ ସଫଳ ରୁପାୟନ ପାଇଁ ଆଲୋଚନା କରିଥିଲେ । ଅନୁଗୋଳ ଜିଲ୍ଲାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଅଧିକାରୀ, ୬୦ରୁ ଊର୍ଦ୍ଧ୍ୱ ଅଗ୍ରଣୀ ଚାଷୀ ଓ ଉଦ୍ୟାନ ବିଭାଗ କ୍ଷେତ୍ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଭାରତ ସରକାର ଏବଂ ଓଡିଶା ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରିତା କରି ଉଦ୍ୟାନ କୃଷି କ୍ଷେତ୍ରରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଏବଂ ଚାଷୀମାନଂକର କିପରି ଆୟ ବୃଦ୍ଧି ହୋଇପାରିବ, ଉପନିର୍ଦ୍ଦେଶକ ଜାତୀୟ ଉଦ୍ୟାନ ପରିଷଦ,ଭୁବନେଶ୍ଵର ଆଲୋକପାତ କରିଥିଲେ । ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
