ଆତ୍ମହତ୍ୟା କଲେ ବୃଦ୍ଧ
ରୋଗ ଯନ୍ତ୍ରଣା ସହି ନ ପାରି ଏହି ଭଳି ପନ୍ଥା ଆପଣାଇଛନ୍ତି ବୋଲି କହିଲେ ପରିବାର
ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ତେନ୍ତେଳା ହଟିଙ୍ଗରେ ମୃତ୍ୟୁ ବୃଦ୍ଧ ଜଣକ ହେଲେ ଲକ୍ଷ୍ମଣ ମାଝୀ (୫୭)ଦୀର୍ଘ ଦିନ ହେବ ସେ ସୁଗାର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ମଧ୍ୟ ମାନସିକ ଚାପ ଯୋଗୁଁ ସେ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଦୁର୍ଗା ଚରଣ ବେସେରା କହିଛନ୍ତି। ଖବର ପାଇ ନାଲକୋ ଥାନା ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠେଇ ଦେଇଛି।





