



ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଠମଲ୍ଲିକର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ।
ଅନୁଗୋଳ : ତା.୨୩ ୦୬: ଓଡ଼ିଶା ବନାଞ୍ଚଳ ଉନ୍ନନ ପ୍ରକଳ୍ପ ଆଠମଲ୍ଲିକ ବନଖଣ୍ଡ ତରଫରୁ ବାର୍ଷିକ ସମୀକ୍ଷା ବୈଠକ ସ୍ଥାନୀୟ ଫରେଷ୍ଟ ରେକର୍ସ ଟ୍ରେନିଂ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୟା ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣକର ସହଭାଗିତାରେ ଉଚ୍ଚତା ଜଙ୍କଲର ପୁନଃରୁଦ୍ଧାର ଓ ବିଭିନ୍ନ ଅସ୍ତ୍ରକାରୀ ପ୍ରର୍ବକ ଦ୍ବାରା ଅଂଚଳର ଲୋକମାନଂକର ଆୟ ବୃଦ୍ଧି କରିବା । ଏହି କାର୍ଯ୍ୟକ୍ରମକୁ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବର୍ଗ ଉଦଘାଟନ କରିବା ସହିତ ବନ ସୁରକ୍ଷା ସମିତି ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନୀକୁ ବୁଲି ଦେଖୁଥିଲେ । ପ୍ରକଳ୍ପ ଦ୍ବାରା ପରିଚାଳିତ ୭୫ଟି ବନ ସରଂ କ୍ଷଣ ସମିତିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିଆଯାଉଥିବା ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମ ମଧ୍ୟମରେ ସୂଚଲମ୍ ହେବା ପାଇଁ ମହିଳାମାନଂକୁ ପ୍ରୋତ୍ସାହିତ କରିଥିଲେ ଓ ବିଭିନ୍ନ ବିଭାଗ ସହଯୋଗରେ ଗ୍ରାମଗୁଡ଼ିକରେ ନିଆଯାଉଥିବା କାର୍ଯ୍ୟକ୍ରମ ସବୁ ଉଚ୍ଚମାନର ହୋଇଥିବା କଥା ଜିଲ୍ଲାପାଳ ଦର୍ଶାଇଥିଲେ । ମୁଖ୍ୟ ଅତିଥି ଭାବେ ଆଂଚଳିକ ଜନ ସରଂକ୍ଷଣ ଅଧିକାରୀ ଶ୍ରୀ ସୁଧାଶୁ ଶେଖର ଖେରା ଆଠମଲ୍ଲିକ ବନଖଣ୍ଡକୁ ରାଜ୍ୟର ଶ୍ରେଷ୍ଠ ବନଖ ଭାବେ ଉଦାହରଣ ସୃଷ୍ଟି କରିବା ସହିତ ବିଭିନ୍ନ ଅୟକାରୀ କାର୍ଯ୍ୟକ୍ରମ ଯଥା ତିନିଟାଲ ଶିକ୍ଷା, ମହୁଚାଷ, ସୌଭ ବିଦ୍ୟୁତ୍ ଇତ୍ୟାଦି ଦ୍ବାରା ୭୫ ଗୋଟି ଜନ ସରଂକ୍ଷଣ ସମିତିରେ ମୋଟ ୧୦ କୋଟି ଟଙ୍କାର ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇଛି ବୋଲି ପ୍ରକାଶ କରିଥିଲେ । ଭୁବନେଶ୍ବର ରାଜ୍ୟ କାର୍ଯ୍ୟଳୟର ଉପ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଯଶୋବନ୍ତୁ ଦେରିଆ ମୁଖ୍ୟ ସମକ୍ଷକ ଭାବେ ଯୋଗ ଦେଇ ଆଠମଲ୍ଲିକ ଡିଭିଜନ ଅନ୍ତର୍ଗତ ହରିହରପୁର ବନ ସରଂକ୍ଷଣ ସମିତିର ମା ମାନେଶ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ମା ସରସ୍ଵତୀ ସ୍ବୟଂ ସହାୟକ ଗୋଷ୍ଠୀ କରିଥିବା କାର୍ଯ୍ୟକ୍ରମ ପାଇକା ସଂସା ଦ୍ବାରା ଉଚ୍ଚ ପ୍ରଶଂସିତ ହେବା ଏବଂ ଜାପାନ ଭଳି ବିଭିନ୍ନ ସ୍ଥାନରେ ପ୍ରଶଂସିତ ହେବା ଏକ ଗର୍ବ ଓ ଗୌରବର ବିଷୟ । ସାଧାରଣ ଆଗ୍ରହୀ ଗୋଷ୍ଠୀ ଗଠନ କରାଯାଇ ବିଭିନ୍ନ ଆୟକାରୀ କାର୍ଯ୍ୟକ୍ରମ ହାତକୁ ନେବା ଓ ପରିବାରର ଆୟବୃଦ୍ଧି କରିବାରେ ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ବନରାଜ ମହାବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ବେହେରା, ସାତକୋସିଆ ବନ୍ୟ ପ୍ରଣ ଅଧିକାରୀ ଶ୍ରୀ ଗୌରୀ ଶଂକର ଦାସ ଓ ଅନୁଗୋଳ ବନଖଣ୍ଡ ସରଂକ୍ଷକ ସଚ୍ଚିଦାନନ୍ଦ ସେଠୀ ପ୍ରମୁଖ ନିଜ ନିଜର ଅନୁଭୁତି ବାଖ୍ୟ କରିଥିଲେ । ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ତୋଷ କୁମାର କପୁଲା ୭୫ଗୋଟି ବନ ସରଂକ୍ଷଣ ସମିତି ମାଧ୍ୟମରେ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ୬ହଜାର ୬୯୦ ହେକ୍ଟର ଜଙ୍ଗଲ ସୁରକ୍ଷା ସହିତ ୨ ହଜାର ୭୧୦ ହେକ୍ଟରରେ ୭୬ ହଜାର ୮୦୦ ବକ୍ଷରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିଛି । ଆଠମଲ୍ଲିକ ବନଖଣ୍ଡ ଅଂଚଳରେ ବିଗତ ୬ ବର୍ଷ ମଧ୍ୟରେ ୭ଲକ୍ଷ ୫୦ ହଜାର ଲୋକ ଦିବସ ସୃଷ୍ଟି କରିବା ସହିତ ବିଭିନ୍ନ ବିଭାଗ ଦ୍ବାରା ମୋଟ ୨୭ କୋଟି ଟଂକାର ଉନ୍ନତିମୂଳକ କାର୍ଯ୍ୟକ୍ରମ ହୋଇଛି । ୭୫ଗୋଟି ବନସରଂକ୍ଷଣ ସମିତିକୁ ମୋଟ ୧ କୋଟି ୫୦ ଲକ୍ଷ ଟଂକାର ଆୟବୃଦ୍ଧି କାର୍ଯ୍ୟକ୍ରମ କରାଯିବା ସହିତ ଡିଜିଟାଲ ଶିକ୍ଷା, ଯୁବକ ଯୁବତୀମାନଂକୁ ଧନ୍ଦାମୂଳକ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟ ସଚେତନତା, କୃଷି ଉନ୍ନୟନ ଆଦି କାର୍ଯ୍ୟକ୍ରମ କରାଯାଉଅଛି । ରାଉଲକେଲାର ଆଂଚଳିକ ବନ ସରଂକ୍ଷକ ଜ, ଅରୁଣ କୁମାର ମିଶ୍ର ଯୋଗ ଦେଇ ଜଙ୍ଗଲ ସୁରକ୍ଷାରେ ଜନ ସହଯୋଗ ବନ ସରଂକ୍ଷଣ ସମିତିର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ । ଆଉ ସି.ଟି. ର ନିର୍ଦେଶକ ଅର୍ଜନା ଦେହୁରୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ବିଜୟ କୁମାର ସାହୁ ଓଡ଼ିଶା ଡିଜିଟାଲ ମିଶନ ପ୍ରତିନିଧୁ ସୁଚେତା କୁମାରୀ,ସହାୟକ ଜିଲ୍ଲା କୃଷି ଅଧିକାରୀ ପ୍ରଭାତୀ ରାମ, ଅଗ୍ରଣୀ ବ୍ୟକ ପ୍ରବନ୍ଧକ ସୁବାଶିଶ କାନୁନ୍ଗୋ,ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ତ.ପୂର୍ଣିମା ଉଦଗାତା,ଜିଲ୍ଲା ଉଦ୍ୟାନ ଅଧିକାରୀ ଶ୍ରୀ ମନୋରଂଜନ ପଣ୍ଡା ଯୋଗ ଦେଇ ନିଜ ନିଜ ବିଭାଗରେ ସ୍ବୟଂ ସହାୟକ ଗୋଷ୍ଠୀମାନଂକ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ମାଧପୁର ବନାଂଚଳ ଅଧିକାରୀ ଶ୍ରୀ ସନ୍ତୋଷ ଭୋଇ, ବାମୁର ବନାଂଚଳ ଅଧିକାରୀ ଶ୍ରୀ ସରୋଳ କୁମାର ବେହେରା, ବିଶ୍ବ ଯୁବ କେନ୍ଦ୍ରର ଶ୍ରୀ ଅମରେଶ ପ୍ରସାଦ ଦାସ, ସଂଯୋଜକ ଶ୍ରୀ କିଶୋର ନନ୍ଦ ପ୍ରମୁଖ ବିବରଣ ପ୍ରଦାନ କରିଥିଲେ । ଏହି ସଭାରେ ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ୧୫୦ରୁ ଊର୍ଦ୍ଧ୍ଵ ଉଦ୍ୟୋଗ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଉପଦେଷ୍ଟା ଶ୍ରୀ ଗିରିଜା ଶଂକର ଦାସ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଓ ବିଶ୍ବ ଯୁବ କେନ୍ଦ୍ରର ନିର୍ଦ୍ଦେଶକ । ଶ୍ରୀ ମନୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।





