
ମା ସେରାୱାଲୀ ସୁର ସଂଗୀତ , ଅନୁଷ୍ଠାନ ଦ୍ୱାରା ଭଜନ ପରିବେଷଣ.
ଭବାନୀପାଟଣା ଆଜି ଭବାନୀପାଟଣା ସହରସ୍ଥିତ ମାଉସୀ ମା ମନ୍ଦିର ପ୍ରାଙ୍ଗଣ ରେ ପ୍ରଭୁ ଶ୍ରୀ ବଡ ଠାକୁରଙ୍କ ନବଦିନାତ୍ମକ ଯାତ୍ରା ର ସପ୍ତମୀ ସାଂସ୍କୃତିକ ସନ୍ଧ୍ୟାରେ ମା ସେରାୱାଲୀ ସଂଗୀତ ଝଙ୍କାର ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ବେସ ଚିତାକର୍ଷକ ଭଜନ ପରିବେଷଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା, ଉତ୍କ କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିଥି ଭାବେ ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ନାୟକ, ସମ୍ମାନିତ ଅତିଥିଭାବେ ଭବାନୀପାଟଣା ପୌରପରିଷଦ ର ଅଧକ୍ଷ୍ୟା ଶ୍ରୀମତି ସଂଯୁକ୍ତା ବେହେରା, ବରିଷ୍ଠ ସାମ୍ବାଦିକ ତଥା କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର , ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ପ୍ରଦୀପ ସାହୁ, ଡ଼ଃ ଶିବରାମ ନାୟକ ଆଦି ଉପସ୍ଥିତ ଥିଲେ, ସମସ୍ତ ଅତିଥି ମହୋଦୟଙ୍କୁ ମା ସେରାୱାଲୀ ସଂଗୀତ ଝଙ୍କାର ଅନୁଷ୍ଠାନ ତରଫରୁ ପୁଷ୍ପଗୁଛଏବଂ ଉତ୍ତରୀୟ ପ୍ରଦାନ କରି ମଞ୍ଚ ରେ ସମ୍ବର୍ଦ୍ଧିତ କରାଯାଇଥିଲା. ପରେ ପରେ ଜିଲ୍ଲାର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ ବେସ ଚିତାକର୍ଷକ ଏବଂ ଉପଭୋଗ୍ୟ ହୋଇଥିଲା, ଏଥିରେ ସହ ସହ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ.କଳାକାର ମାନଙ୍କ ମଧ୍ୟରେ ମା ସେରାୱାଲୀ ସଂଗୀତ ଝଙ୍କାର ର ସଭାପତି ସିମାଞ୍ଚଳ ତ୍ରିପାଠୀ, ସମ୍ପାଦକ ଆଶିଷ କୁମାର ପଣ୍ଡା, ରମେଶ ଚନ୍ଦ୍ର ସିଂ ହ, ତରୁଣ ମହାପାତ୍ର, ଯଦୁମଣି ନାଏକ, ଶ୍ରୀକାନ୍ତ ମିଶ୍ର, ସନ୍ତୋଷ ଦୁବେ, ନାରୀ କଣ୍ଠଶିଳ୍ପୀ ଭାବେ ଅନୁଷ୍କା ସାହାଣୀ, ସାସ୍ୱତୀ ମୁଣ୍ଡ, ଲିପସା ମହାରଣା, ଶିଶୁ କଳାକାର ଗୁଞ୍ଜନ ମହାପାତ୍ର ଆଦି ଭଜନ ପରିବେଷଣ
କରିଥିଲେ, ସେହିପରି ସ୍ମିତା ଚୌଧୁରୀ, ଶୁଭମ ତ୍ରିପାଠୀ ଏବଂ କୁମୁଦ ବିଶ୍ୱାଳ ଆଦି
ସହଯୋଗ କରିଥିଲେ.
କଳାହାଣ୍ଡି
ଭବାନୀପାଟଣା ରୁବି ତ୍ରିପତି ପାତ୍ର ସହ ନାରାୟଣ ପ୍ରସାଦ ନାୟକ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





