

ବିଜୁ ଜନତା ଦଳର କର୍ମୀସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ।
ଟାଙ୍ଗି – ମଙ୍ଗୁଳି ( ଉତ୍କଳ ସମାଜ) ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ସିଦ୍ଧପୀଠ କନମିରା ଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ପୂର୍ବତନ VV କୋଟସାହି ସରପଞ୍ଚ ନିହାର ରଞ୍ଜନ ମଲ୍ଲିକ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ ସାଲେପୁର ର ବିଜେଡି ସଂଗଠକ ହିମାଂଶୁ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ମହାନ୍ତି ଙ୍କୁ ଶତାଧିକ ବିଜେଡି କର୍ମୀ ପଶୁପତି ଗଡା ନିକଟରୁ ବାଇକ ଶୋଭା ଯାତ୍ରା କରି ସଭାସ୍ଥଳ କୁ ପାଛୋଟି ନେଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହିମାଂଶୁ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେପି ଦଳ ର ନାଏବ ସରପଞ୍ଚ ଜେମା ସର୍ଦ୍ଦାର , ପ୍ରିୟଦର୍ଶିନୀ ମଲ୍ଲିକ ସହ ମିଶନ ଶକ୍ତି ର ୫୦ ରୁ ଉର୍ଦ୍ଧ୍ବ ମହିଳା ବିଧିବଦ୍ଧ ଭାବେ ହିମାଂଶୁ ଙ୍କ ସହ ଯୋଡ଼ି ହୋଇଥିଲେ। ଶ୍ରୀ ମହାନ୍ତି ସେମାନଙ୍କୁ ଦଳୀୟ ଉତରୟୀ ଦେଇ ଦଳକୁ ସ୍ବାଗତ କରିଥିଲେ। ଆଗାମୀ ନିର୍ବାଚନରେ ହିମାଂଶୁ କିପରି ବିଧାୟକ ଟିକେଟ ହାତେଇବେ ସମସ୍ତ ସହ ଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଯେଉଁ ବିକାଶର ବାର୍ତ୍ତା ରହିଛି ତାହା ଲୋକଙ୍କ ନିକଟରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ ବୋଲି ଉପସ୍ଥିତ ଥିବା କହ୍ନେଇପୁର ପୂର୍ବତନ ସମିତି ସଭ୍ୟ ଦେବାଶିଷ ମଲ୍ଲିକ, ଅଶୋକ ବାଇ, ତ୍ରୀଲୋଚନ ବେହେରା,ଦୀପକ ପଣ୍ଡା,ହରିହର ସାହୁ, ରାଜୀବ ଷଡ଼ଙ୍ଗୀ, ବିଷ୍ଣୁ ଦାସ, ବିଭୂତି ତ୍ରିପାଠୀ, ଜଗଦୀଶ ଆଚାର୍ଯ୍ୟ, ସମୀର ଖିଲାର, ବିଜୟ ହାତୀ, ଅନ୍ତର୍ଯ୍ୟାମୀ ସାହୁ, ୱର୍ଡ ମେମ୍ବର ଦିପ୍ତୀ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।





