ହାତୀ ଆକ୍ରମଣରେ ରାଇ ମାଝୀଙ୍କ ମୃତ୍ୟୁ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ
ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶର ଥିବା ବେରେନ ପିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ରାଇସିଙ୍ଗ ମାଝୀ(୫୫)ଙ୍କ ମୃତ୍ୟୁ ଘଟିଛି l ସ୍ବର୍ଗତ ରାଇସିଙ୍ଗ ମାଝୀ ରବିବାର ସନ୍ଧ୍ୟା ସାଢ଼େ ୫ ଘଣ୍ଟା ସମୟରେ କାଶୀବୋଣ୍ଡେଲ ରୁ ନିଜ ଗାଁ ବେରେନ ପିଣ୍ଡା ଫେରୁ ଥିବା ସମୟରେ ବେରେନପିଣ୍ଡା ଓ ମଇନଗୁଡା ଜଙ୍ଗଲ ରେ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ବେରେନ ପିଣ୍ଡା ମଇନ ଗୁଡା ପାହାଡିଆ ଚଲାପଥ ଗାଁ ଠାରୁ ଦୁଇଶହ ମିଟର ଦୂରରେ ଥିବା ମଇନଗୁଡା ଜଙ୍ଗଲ ଦେଇ ନିଜ ଗାଁ ବେରେନପିଣ୍ଡା କୁ ଫେରୁଥିଲେ। ହେଲେ ସେହି ରାତିରେ ଘରକୁ ନ ଫେରିବାରୁ ରାଇ ମାଝୀ ଙ୍କ ସ୍ତ୍ରୀ ଓ ବନ୍ଧୁବାନ୍ଧବ ଲୋକେ ମିଶି ପ୍ରଥମେ ଆଖ ପାଖ ଗାଁକୁ ଯାଇ ପଚାରି ବୁଝିଥିଲେ। ଖୋଜାଖୋଜି କରିବା ପରେ ସୋମବାର ସକାଳୁ ୬ ଘଣ୍ଟା ସମୟରେ ଗାଁ ଠାରୁ ପ୍ରାୟ ଦୁଇଶହ ମିଟର ବରେନପିଣ୍ଡା ଓ ମାଇନଗୁଡା ଜଙ୍ଗଲ ନିକଟରେ ରାଇ ମାଝୀଙ୍କୁ ହାତୀ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ। ରାଇ କୁ ହାତୀ ଘୋଷାରି ଘୋଷାରି ପେଟ ଓ ଜଙ୍ଘ ରେ ମାଡି କ୍ଷତବିକ୍ଷତ କରିଥିବା ଜଣାପଡିଛି।ପରିବାର ଲୋକେ ଲାଞ୍ଜିଗଡ଼ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।





