
ପ୍ରାକ୍ତନ ବାମଣ୍ଡା ସାହିତ୍ୟ ସଂସ୍କୃତି ପରିଷଦ ର ସାମ୍ବତ୍ସରିକ ଉତ୍ସବ ,ବାମଣ୍ଡା ମଣି ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ସୁବାସ ନାୟକ
କୁଚିଣ୍ଡା:୧୯/୪: ସ୍ଥାନୀୟ ଆଦିବାସୀ ଭବନ ବାଲମତି ଦେହୁରୀ ସଭା କକ୍ଷରେ ପ୍ରାକ୍ତନ ବାମଣ୍ଡା ସାହିତ୍ୟ ସଂସ୍କୃତି ପରିଷଦ ର ଦ୍ୱିତୀୟ ସାମ୍ବତ୍ସରିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ବାରକୋଟ ଓ ଜମନକିରା ଅବସର ପ୍ରାପ୍ତ ତହସିଲଦାର ମୁରଲୀ ଧର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି, ବିଶ୍ୱ ବିଖ୍ୟାତ ରଙ୍ଗବତୀ ଗୀତର ରଚୟିତା ପଦ୍ମଶ୍ରୀ ମିତ୍ର ଭାନୁ ଗୌନ୍ତିଆ ବିଶିଷ୍ଟ ଅତିଥି ,ସମାଜସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ଡାକ୍ତର ସତ୍ୟ ପ୍ରକାଶ ଦୋରା ଓ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର, ମହିମା ସନ୍ୟାସୀ ଶେଷଦେବ ବାବା,କବି ମମତା କୁମାରୀ ସୁଆର ଓ ପଶ୍ଚିମ ଓଡ଼ିଶା କଳାକାର ସଂଘ ର ସଭାପତି ମୁରଲୀ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବାମଣ୍ଡାର ଐତିହ୍ୟ ଓ ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ ।ଅତିଥି ଗଣ ତାଙ୍କ ବକ୍ତବ୍ୟରେ ପଧାନ ପାଟ କୁ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ଦେଇଥିବାରୁ ସ୍ଵାଗତ କରିବା ସହ ଗୁଦଗୁଦାକୁ ମଧ୍ୟ ଅନୁରୂପ ସମ୍ମାନ ଦେବାକୁ ସରକାରଙ୍କ ଠାରେ ଦାବି କରିଥିଲେ । ପଶ୍ଚିମ ଓଡ଼ିଶାର ଗାନ୍ଧୀ ନୃସିଂହ ଗୁରୁଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଅତିଥି ଗଣ ତାଙ୍କ ଉପରେ ଲିଖିତ ପୁସ୍ତକର ଲୋକାର୍ପଣ କରିବା ସହ ତାଙ୍କ ଜୀବନୀ ଉପରେ ଆଲୋଚନା କରି ଥିଲେ ।ଏହି ଅବସରରେ ପ୍ରଥମ ପ୍ରାକ୍ତନ ବାମଣ୍ଡା ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ର ଆବାହକ ସାହିତ୍ୟିକ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କୁ ‘ ବାମଣ୍ଡା ମଣି ‘ ଉପାଧି ସହ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରା ଯାଇଥିଲା । ନବ ମନୋନିଜ ଏସ ଏସ ସି ର ସଭାପତି ରବୀନ୍ଦ୍ର କିଶାନ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।ଏହାପରେ ରାଧାକୃଷ୍ଣ ସାହିତ୍ୟ ସଂସଦ ର ସମ୍ପାଦକ ବିପିନ ବିହାରୀ ପୃଷ୍ଟି ଙ୍କ ସଂଯୋନରେ ରାଜ୍ୟର ଖୋର୍ଦ୍ଧା ,କଟକ ,ଦେବଗଡ଼ , ସମ୍ବଳପୂର୍ ,ଝାରସୁଗୁଡ଼ା,ବଲାଙ୍ଗୀର ଆଦି ଜିଲ୍ଲାରୁ ଆସିଥିବା ପ୍ରାୟ ପଚାଶ ଜଣ କବି ଓ କବିୟତ୍ରୀ ସ୍ୱରଚିତ କବିତା ପାଠ କରି ଥିଲେ । ସମସ୍ତ କବିଙ୍କୁ ମାନପତ୍ର, ଫୁଲ ତୋଡା ଓ ଉତ୍ତରୀ ଦେଇ ସମ୍ମାନିତ କରାଯାଇଥିଲା । କବିତା ପାଠ କରିଥିବା ଅଗ୍ରଣୀ କବି ମାନେ ହେଲେ ଅଧ୍ୟାପକ ରୁଦ୍ର ନାରାୟଣ ମିଶ୍ର, ବସନ୍ତ ଚୌଧୁରୀ, ଷୌଭାଗ୍ୟ ପାତ୍ର,ପଣ୍ଡିତ ତ୍ରୈଲୋକ୍ୟ ମହାପାତ୍ର, ପ୍ରେମ ସାଗର ଦେହେରିଆ, ବନମାଳୀ ନାମଦେଓ, ସୁସ୍ମିତା ପଟେଲ, ଇନ୍ଦୁ ମିଶ୍ର,ତୁଳସୀ ମଞ୍ଜରୀ ବହିଦାର,ନନ୍ଦିନୀ ନାୟକ, ରୁପାନନ୍ଦ ଜୟପୁରିଆ, ରମାକାନ୍ତ ସାହୁ, ସଞ୍ଜୟ ମହେରନା,ଶରତ ତନ୍ତୀ, ଅନାଦି ଚରଣ ସାହୁ,ସନ୍ତୋଷ ଉ ପାଧ୍ୟାୟ ବଂଶୀଧର ପଶାୟତ,ଡ଼ ଜ୍ୟୋତ୍ସ୍ନା ପଧାନ, ତନୁଶ୍ରୀ ସେଠ୍ ପ୍ରଦୀପ ସାହୁ,ପ୍ରମୋଦ ନାଏକ,କୀର୍ତ୍ତି ବହିଦାର, ରବୀନ୍ଦ୍ର ଦାସ, ନରେନ୍ଦ୍ର କୁମାର ନାଥ ପ୍ରମୁଖ ଅନ୍ୟତମ ଅଟନ୍ତି ।ଶେଷରେ ଉତ୍ସବର ଅନ୍ୟତମ ଆବାହକ ପ୍ରମୋଦ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଓ ମାନେଶ୍ୱର ରୁ ପ୍ରଦ୍ୟୁମ୍ନ ବିଶି ଙ୍କ ରିପୋର୍ଟ୍



