ବୁଢ଼ାପଙ୍କ (ବଅର ପାଳ,ଅନୁଗୋଳ) ଜ୍ଞାନ ମନ୍ଦିର ଠାରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଙ୍କ ଏକା ନବେ ତମ ଜନ୍ମତିଥି (ଜୟନ୍ତୀ) ପାଳନ
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଠାରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଙ୍କ ଏକା ନବେ ତମ ଜନ୍ମତିଥି (ଜୟନ୍ତୀ) ପାଳନ ହୋଇଯାଇଛି। ମଙ୍ଗଳବାର ଦିନ ବୁଢ଼ାପଙ୍କ ଗ୍ରାମରେ ଅବସ୍ଥିତ ଜ୍ଞାନ ମନ୍ଦିର ଠାରେ ସଦ୍ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନ ଙ୍କ ଏକା ନବେ ତମ ଜନ୍ମତିଥି (ଜୟନ୍ତୀ) ପାଳିତ ହୋଇଯାଇଛି। ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଦୀକ୍ଷିତ ଗୁରୁ ଭାଇ ଓ ଗୁରୁ ଭଉଣୀମାନେ ମହା ଆଡମ୍ବର ସହକାରେ ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜନ୍ମତିଥି ପାଳନ କରିଥିଲେ। ଦିନ ତମାମ ସଦ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଭଜନ ପରିବେଷଣ କରିବା ସହ ପୂଜା ଅର୍ଚ୍ଚନା କରି ଥିଲେ। ସନ୍ଧ୍ୟା ସମୟରେ ଆଖପାଖ ଅଞ୍ଚଳର ଗୁରୁ ଭାଇ ଓ ଭଉଣୀ ମାନେ ଯୋଗଦେଇ ଏହି ପୁଣ୍ୟ ଜନ୍ମତିଥି ଜୟନ୍ତୀ ପାଳନ କରିଥିଲେ। ଶ୍ରୀ ସଦ ଗୁରୁଙ୍କ ବାଣୀ ଓ ଜୀବନୀ ଉପରେ ଉପସ୍ଥିତ ଗୁରୁ ଭାଇ ଓ ଭଉଣୀ ମାନଙ୍କ ଦ୍ଵାରା ଆଲୋଚନା କରାଯାଇଥିଲା। ସଦ ଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ଜ୍ଞାନ ମନ୍ଦିର ବୁଢ଼ାପଙ୍କ ଶାଖା ପକ୍ଷରୁ ଅନ୍ନ ପ୍ରସାଦର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଶ୍ରଦ୍ଧାଳୁ ଭକ୍ତମାନେ ଓ ଗୁରୁ ଭାଇ ଓ ଗୁରୁ ଭଉଣୀ ମାନେ ପ୍ରସାଦ ସେବନ କରିଥିଲେ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-6-scaled.jpg)

