ବଡ଼ବିଲ ରେଲୱେଷ୍ଟେସନ ନବୀକରଣ ପାଇଁ ସାମ୍ବାଦିକ ସମ୍ମିଳନୀ ଅୟୋଜନ l
ସମଗ୍ର ଦେଶରେ ନିର୍ମାଣ ହେବ ପାଞ୍ଚଶହ ଅତ୍ୟାଧୁନିକ ରେଲୱେ ଷ୍ଟେସନ, ସେଥି ମଧ୍ୟରୁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଠାରେ ଥିବା ରେଲୱେ ଷ୍ଟେସନ ଅନ୍ୟତମ ଯାହାର ହେବ ନବକଳେବର । ବଡ଼ବିଲ ରେଳ ଷ୍ଟେସନ ନବୀକରଣ ପାଇଁ ଖର୍ଚ୍ଚହେବ ପାଖାପାଖି ଷୋହଳ କୋଟି ଟଙ୍କା, ଆସନ୍ତା 6ତାରିଖ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସ ରେ ଏହା ଭିତ୍ତି ପ୍ରସ୍ତର ସ୍ଥାପନ ହେବାକୁ ଥିବା ବେଳେ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଚକ୍ରଧପୁର ରେଳ ଡିଭିଜନ ର ରେଳ ଅଧିକାରୀ,ଏହା ମଧ୍ୟରେ ରେଳ ଷ୍ଟେସନ ର କୋଠରୀ ଓ ଚତୁର୍ପାଶ୍ୱ ନବୀକରଣ ହେଵା ସହ ଦୁଇ ଚକିଆ ଚାରି ଚକିଆ ଆଦି ଗାଡିର ପାର୍କିଂର ବ୍ୟବସ୍ତା ସହ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା କରାଯିବ ବୋଲି ରେଲୱେ କତୃପକ୍ଷ ସୂଚନା ଦେଇଛନ୍ତି l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।





