ଜିଲ୍ଲା କଂଗ୍ରେସ ପକ୍ଷରୁ BDOଙ୍କ ଜରିଆରେ ରାଜ୍ୟପାଳଙ୍କୁ ନଅ ଦଫା ଦାବିପତ୍ର ପ୍ରଦାନ
ଅନୁଗୋଳ – ଆଜି ବଅଁରପାଳ ବ୍ଳକ କଂଗ୍ରେସ ତରଫରୁ ମହାମହିମ ରାଜ୍ୟପାଳ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ବ୍ଲକ ଉନ୍ନୟନ ଅଧିକାରୀ, ବଅଁରପାଳଙ୍କ ଜରିଆରେ ୯ ଗୋଟି ପ୍ରସଙ୍ଗରେ ରାଜ୍ୟରେ ବିଜେଡ଼ି ଓ କେନ୍ଦ୍ରରେ ବିଜେପି ଉଭୟ ଦୁର୍ନୀତି ଗ୍ରସ୍ତ ସରକାର ବିରୁଦ୍ଧରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମିଶ୍ର ମହୋଦୟ ଙ୍କ ତତ୍ତ୍ବାବଧାନରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇଅଛି। ଏହି ଅବସରରେ ବଅଁରପାଳ ବ୍ଲକର ପୂର୍ବତନ ସଭାପତି ଓ ଉପସଭାପତି, ପୂର୍ବତନ ଅନୁଗୋଳ ଜିଲ୍ଲାର ସମ୍ପାଦକ ଓ ସଭ୍ୟ ତଥା – ଦୁଷ୍ମନ୍ତ ଦଳବେହେରା (ବାବୁ) ପିସିସି ସଭ୍ୟ ଓଡ଼ିଶା, ବିନୋଦ ମାଝୀ ବ୍ଲକ ସଭାପତି, ବିଦ୍ୟାଧର ବରାହ, ଚିତ୍ତରଞ୍ଜନ ସାମଲ, ଜୟକୃଷ୍ଣ ପ୍ରଧାନ,ଭରତ ବେହେରା,ଦିଲ୍ଲିପ ରାଉତ,କୁମୁନ୍ଦ ଧରି,ଗୋପିନାଥ ସାହୁ, ପଦ୍ମିନୀ ନାଏକ ବ୍ଲକ ମହିଳା କଂଗ୍ରେସ ସଭାପତି, କୃଷ୍ଣ ଚନ୍ଦ୍ର ଦେହୁରୀ, ବସନ୍ତ ବେଉରା, ମହେନ୍ଦ୍ର ପ୍ରଧାନ, ରଣଜିତ୍ ଗଡ଼ନାୟକ,ଲୁଲୁ ସିଂ, ପ୍ରଦୀପ ଗଡ଼ନାୟକ, ସୌମେନ୍ଦ୍ର ଦେହୁରୀ,କବି ପ୍ରାଣୀଗ୍ରାହି,ଅଭୟ ଦଳବେହେରା, ରଞ୍ଜନ ଗୋଛାୟତ,ଉଛବ ସାମଲ,ସୁଭାସ ମହାପାତ୍ର, ଅର୍ଜୁନ ଦେହୁରୀ, ସୁଶାନ୍ତ ମହାପାତ୍ର ଇତ୍ୟାଦି ଯୋଗଦେଇଥିଲେ।





