କମଲସିଂ ଦାଉ ସରକାରୀ ଉଚ୍ଚ ବିଦ୍ୟାଳୟ ଲଖନପୁର, ଠାରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ।
………………………………….
ଅମ୍ବାଭୋନା , ଲଖନପୁର କମଲସିଂ ଦାଉ ସରକାରୀ ଉଚ୍ଚ ବିଦ୍ୟାଳୟ ଲଖନପୁର ଠାରେ , ପ୍ରଧାନ ଶିକ୍ଷକ ଶ୍ରୀ ବିଶ୍ୱନାଥ ସାହୁ ଙ୍କ ଅଧ୍ୟକ୍ଷତା ରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳନ କର ଯାଇଛି | ଏଥିରେ ଶିକ୍ଷକ ସୁଜିତ ପଶାୟତ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି ଙ୍କ ଜୀବନୀ ଉପରେ ଅଭିଭାଷଣ ରଖିଥିଲେ ଶ୍ରୀ ବିଶ୍ୱନାଥ ସାହୁ ଓ ସୁରେଶ ମହାନନ୍ଦ | ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପରାମର୍ଶ କ୍ରମେ ଶିକ୍ଷକ ସୁଜିତ ପଶାୟତ ଓ ସୁରେଶ ମହାନନ୍ଦ ଙ୍କ ନିର୍ଦେଶନା ରେ ଦଶମ ଶ୍ରେଣୀର ର ଛାତ୍ରୀମାନେ ପୂଜା ସାହୁ, ରୀତିକା ଦାସ, ଅଞ୍ଜୁଲତା ନାଏକ, ଅଞ୍ଜଳି, ରୋଜି ବାଗ, ପୂଜା ବରିହା -ବିଶ୍ୱ ଦେଖ ମଧୁ ମୟ ରେ ଜୀବନ ଗୀତ କୁ ଗାନ କରିଥିଲେ ଏବଂ ତା ସହିତ ନବମ, ଅଷ୍ଟମଓ ସପ୍ତମ ଶ୍ରେଣୀର ଛାତ୍ରୀ ମାନେ ଗଙ୍ଗାଧର ମେହେର ଙ୍କ ରଚିତ ଆଉ ତିନୋଟି କବିତା ଗାନ କରିଥିଲେ…. ବିଶ୍ୱ ଜୀବନ ହେ.. ମଙ୍ଗଳେ ଅଇଲା ଉଷା, ଜନ୍ମ ଦାତ୍ରୀ ଭୂମି କବିତା ଆବୃତ୍ତି କରିଥିଲେ | ଶେଷ ରେ ଶିକ୍ଷକ ଘନଶ୍ୟାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଶିକ୍ଷକ ମନୋହର ସାହୁ, ସୁଶାନ୍ତ ଦେହେରୀ, ଗୁଣନିଧି ମିର୍ଦ୍ଧା, ଜନାର୍ଦନ ସା ରଜନୀ ଖମାରୀ, କ୍ଷିରେଶ୍ବରୀ ଧୂଵଲ,ସନ୍ତୋଷିନୀ ସେଠ, ବିଧୁଭୂଷଣ ସାହୁ, ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ | ଅମ୍ବାଭୋନା ଲଖନପୁର ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

September 18, 2026/
No Comments



