ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭୋଗବେରେଣି ପଞ୍ଚାୟତ ଘେରାଉ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରିଣୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ, ସୂଚନା ମୁତାବକ ରାଜ୍ୟ ସରକାର ଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଭୁଗୋବେରିଣୀ ଗ୍ରାମ ପଞ୍ଚାୟତରେ ବିଜେପିର ବିଧାନସଭା ପ୍ରଭାରୀ ଜଜାତି ପଟନାୟକ, ମଣ୍ଡଳ ସଭାପତି କିଟୁ ପଣ୍ଡା ଓ ଉପସଭାପତି ସରତ ଚନ୍ଦ୍ର ସାମଲ , ଜଗଦୀଶ ମିଶ୍ର ଙ୍କ ନେତୃତ୍ୱରେ ବିଜେପି ଛଅଟି ଦାବି ନେଇ ପଞ୍ଚାୟତରେ ଘଟୁଥିବା ଦୁର୍ନୀତି ଯୋଗ୍ଯ ହିତାଧିକାରୀଙ୍କୁ ବଞ୍ଚିତ କରି ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ନିମନ୍ତେ ଲାଞ୍ଚ ମାଗିବା କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନା ନିମନ୍ତେ ଉଦ୍ଧିଷ୍ଟ ପାଇଖାନା ନିର୍ମାଣ ନିମନ୍ତେ ଲାଞ୍ଚ ମାଗିବା ରାଜ୍ୟ ସରକାରଙ୍କ ଦ୍ବାରା ଚାଉଳ ବଣ୍ଟନ ଆରମ୍ଭ କରି ଧାନ କିଣା, ଭତା ଓ ରାସ୍ତା ଘାଟ ନିର୍ମାଣରେ ହେରଫେର ଓ ଦୁର୍ନୀତି ବିନା ପଲିସଭାରେ ପଞ୍ଚାୟତ କୁ ଦିଆଜାଇଥିବା ୫୦ଲକ୍ଷ ଟଙ୍କାର ରାଜ୍ୟ ସରକାରଙ୍କ ଦ୍ବାରା ଅପବେୟ କରିବା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ରାଜ୍ୟ ସରକାର ଶ୍ରମିକ ବଦଳରେ ମେସିନ୍ ଲଗାଇ କାମକରିବା ଯାହାଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାକୁ କୁଠାର ଘାତ ସଦୃଶ କାର୍ଯ୍ୟ କରୁଛନ୍ତି ,ଏହି ଦାବୀ ନେଇ ମହାମହିମ ରାଜ୍ୟପାଳଙ୍କ ଉଦ୍ୟସରେ ଭୁଗୋବେରିଣୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି।




