ମଦ୍ୟପାନ କରି ସମ୍ପର୍କୀୟା ମାଇଁ କୁ ପ୍ରେମ ନିବେଦନ ପଡିଲା ମହଙ୍ଗା, ମାଇଁ ଛେଚି ମାରିଲା ଭଣଜାକୁ।
ମହେନ୍ଦ୍ର ମହାକୁଡ ଓରଫ୍ ମୁନା ହତ୍ୟାକାଣ୍ଡ ର ପର୍ଡାଫାସ କରିଛି ବଡବିଲ ପୋଲିସ୍। ପ୍ରକାଶ ଥାଉକି ଶୁକ୍ରବାର ସକାଳୁ ମହେନ୍ଦ୍ର ମହାକୁଡ ଓରଫ୍ ମୁନା ନାମକ ଏକ ବ୍ୟକ୍ତିର ମୃତ ଦେହ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ପନ୍ଦର ଦାମୁ ହାଟିଙ୍ଗ ସ୍ଥିତ ଭୂୟାଁ ସାହିରେ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ମିଳିଥିଲା । ଯାହାକୁ ନେଇ ମୃତକର ପିତା ଚିନ୍ତାମଣି ମହାକୁଡ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ବଡବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ତଦନ୍ତ କୁ ଜୋରଦାର କରି ହତ୍ୟାକାଣ୍ଡ ର 36 ଘଣ୍ଟା ନ ପୂରୁଣୁ ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହୋଇଛି ବଡବିଲ ପୋଲିସ୍। ମୃତକ ମହେନ୍ଦ୍ର ମହାକୁଡ ଦାମୂ ହାଟିଂ ସ୍ଥିତ ଭୂୟାଁ ସାହିରେ ଥିବା ମାଳତୀ କେଶରୀ ଯିଏକି ମହେନ୍ଦ୍ର ର ସମ୍ପର୍କୀୟା ମାଇଁ ତା ଘରକୁ ଆଗରୁ ଯିବା ଆସିବା କରେ ଏବଂ ଅନ୍ୟପଟେ ମାଳତୀ ର ସ୍ବାମୀ ଗଙ୍ଗାଧର କେଶରୀ ରାଜ୍ୟ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ଗୁରୁବାର ରାତି ମହେନ୍ଦ୍ର ମଦ୍ୟପାନ କରି ମାଇଁ ମାଳତୀ କୁ ପ୍ରେମ ନିବେଦନ କରିଥିଲା ସେଥିରେ ମାଳତୀ ରାଜି ନ ହେବାରୁ ମାଳତୀ ସହ ଜୋଜବରଦସ୍ତି କରିବାକୁ ପ୍ରୟାସ କରିଥିଲା, ମାଳତୀ ମହେନ୍ଦ୍ର କୁ ଏକ ଧକ୍କା ଦେଇଥିଲା, ମହେନ୍ଦ୍ର ପଡି ଯିବାରୁ ତାକୁ ଏକ ଲୁହା ଏଙ୍ଗେଲ୍ ତା ମୁଣ୍ଡକୁ ଏକ ପ୍ରହାର କଲା ଏବଂ ପରେ ଏକ ସିଳିପତା ସାହାଯ୍ୟରେ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲା, ଯାହାଫଳରେ ଅଧିକ ରକ୍ତସ୍ରାବ ଯୋଗୁ ଘଟଣା ସ୍ଥଳରେ ମହେନ୍ଦ୍ର ର ମୃତ୍ୟୁ ହୋଇଥିଲା। ବଡବିଲ ପୋଲିସ୍ ଅଭିଯୁକ୍ତ ମାଳତୀ କେଶରୀ କୁ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିବା ନେ଼ଇ ସୂଚନା ଦେଇଛନ୍ତି ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




