ଢେଙ୍କାନାଳ ଡାକମଣ୍ଡଳ ଅଭିକର୍ତାମାନଙ୍କ ବୈଠକ
ଢେଙ୍କାନାଳ, ୬।୧୦: ସଳ୍ପ ସଂଚୟ ଅଭିକର୍ତା ସଂଘର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ବରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଅଭିକର୍ତାମାନେ ଯୋଗଦେଇ ସଂଘର ସମସ୍ତ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଜଣାଗଲା ଯେ, ମାନ୍ୟବର କେନ୍ଦ୍ର ସରକାର ଆମର ସମସ୍ତ ଦାବୀ ବିଷୟରେ ଅବଗତ ଅଛନ୍ତି ଏବଂ କିଛିଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଏସ୍ଏସ୍ଏସ୍ଏଆଇକୁ ଲିଖତ ଭାବେ ଜଣାଇଛନ୍ତି । ସଭାରେ ଏହା ମଧ୍ୟ ନିଷ୍ପତି ଗ୍ରହଣ କରାଗଲା ଯେ, ଯଦି ସରକାର ଏ ବିଷୟରେ ଭବିଷ୍ୟତରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ତାହାହେଲେ ସମସ୍ତ ଅଭିକର୍ତାମାନେ ଆନ୍ଦୋଳନ କରି ରାଜ ରାସ୍ତାକୁ ଓହ୍ଲାଇବେ । ସଂଘର ନିଷ୍ପତି ଅନୁସାରେ ଅଭିକର୍ତାମାନଙ୍କର ସମସ୍ତ ସମସ୍ୟା ଲିଖୁତ ଭାବରେ ଭାରତ ର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାଶ ମୋଦଜୀଙ୍କ ବିହୀତ କାର୍ଯ୍ୟାନୁଷ୍ଠାନ ଓ ବିଚାର ପାଇଁ ପଠାଯିବ । ଢେଙ୍କାନାଳ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣାରେ ଆଜି ଶେଷ ଦିନରେ ବସିଥିବା ଅଭିକର୍ତା ସଂଘର ଉପଦେଷ୍ଟା ନାରାୟଣ ରଗଡ, ସଭାପତି ସୁଶାନ୍ତ କୁମାର ମିଶ୍ର, ସଂପାଦକ ବିଶ୍ବନାଥ ପଟ୍ଟନାୟକ, ସହ-ସଂପାଦକ ସନ୍ତୋଷ କୁମାର ଦାସଙ୍କ ସମେତ ୬୦ରୁ ଉର୍ଦ୍ଧ୍ବ ଅଭିକର୍ତା ଯୋଗଦେଇଥିଲେ । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


