“ଏକ ବିଂଶ ଶତାବ୍ଦୀ ଭାରତର ଶତାବ୍ଦୀ ହେବ”
(ସ୍ନାତକୋତ୍ତର ରସାୟନ ବିଭାଗର ଉଦ୍ଘାଟନ ସମ୍ପାନ)
ତା: ୦୭/୧୦/୨୦୨୩, ଢେଙ୍କାନାଳ
ଏକ ବିଂଶ ଶତାବ୍ଦୀରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଭାରତର ଶତାବ୍ଦୀ ହେବ ବୋଲି ରସାୟନ ବିଜ୍ଞାନ ବିଭାଗର ଉଦ୍ଘାଟନୀ ସମ୍ମାନରେ ଓଡ଼ିଶାର ବିଶିଷ୍ଟ ବୈଜ୍ଞାନିକ ଡଃ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଉପୋରୋକ୍ତ ମତ ପୋଷଣ କରିଛନ୍ତି। ଭାରତ ବର୍ଷରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର କ୍ରମ ବିକାଶ ପର୍ବ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଡଃ ମିଶ୍ର ଭାରତର ମହତ୍ତର ଅଗ୍ରଗତି ଓ ଭବିଷ୍ୟର ରୂପରେଖ ଆଲୋକପାତ କରିଥିଲେ।
ଏହି ସଭାରେ ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ କୁମାର ପ୍ରଧାନ ଭାରତ ବର୍ଷରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସ୍ବର୍ଗୀମ ଅଧ୍ୟାୟ ଓ ଭବିଷ୍ୟତ ରୂପରେଖ ସମ୍ବନ୍ଧରେ ନିଜର ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ।
ଅଧୁବେଶନର ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡଃ ଦେବାଶିଷ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।
ଶ୍ରୀମତୀ ସୁଜାତା କୁମାରୀ ବେହେରା ଅତିଥ୍ ପରିଚୟ ପ୍ରଦାନ କରିଥିଲେ ଓ ଡଃ ନୀଳାଦ୍ରି ବିହାରୀ ଦେବତା ସମ୍ପାନ୍ନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଅଧୂବେଶନର ପ୍ରାରମ୍ଭରେ ବିଭାଗର ପ୍ରାଚିରପତ୍ର “ଆରୋମା” ର ଶୁଭ ଉଦ୍ଘାଟନ ମୁଖ୍ୟ ଅତିଥ୍ଙ୍କ କର କମଳରେ ସମ୍ପାଦିତ ହୋଇଥିଲା।
ଏହି ଅବସରରେ ବିଭାଗରେ ନୂତନ ଭାବେ ଯୋଗ ଦେଇଥବା ତିନି ଅଧ୍ୟାପକ ଓ ଅଧ୍ୟାପିକା ଯଥା ଡଃ ସୁପ୍ରଭା ମହାରଣା, ଡଃ ନୀଳାଦ୍ରି ବିହାରୀ ଦେବତା, ଶ୍ରୀମତୀ ସସ୍ମିତା ସାହୁ ଅତିଥ୍ ମାନଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବନ୍ଧିତ ହୋଇଥିଲେ।
ସଭା ଶେଷରେ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅଧୁବେଶନରେ ସ୍ନାତକ ଓ ସ୍ନାତକୋତ୍ତରର ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ ଦେଇ ଅଧିବେଶନକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଓ
ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପର୍ଣ୍ଣ କରିବାରେ ପବିତ୍ର କୁମାର ବେହେରା, ସୁଧୀର କୁମାର ବେହେରା, ପ୍ରକାଶ କୁମାର ବେହେରା, ସୌମ୍ୟ ରଞ୍ଜନ ମିଶ୍ର, ପ୍ରିତମ କୁମାର ଜେନା, ଦିପ୍ତିମୟୀ ସାହୁ, ଶ୍ରେୟାଶ୍ରୀ ଖୁଣ୍ଟିଆ, ନଇମ,ଶାଶ୍ୱତ, ଅଜନ୍ମା, ନମିତା ପ୍ରମୁଖ ସହଯୋଗ କରିଥିଲେ।




