( ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଙ୍କ ନାମରେ ଜଗତସିଂହପୁର ଥାନାରେ ଏତଲା ଦେଲେ ସୋମାଲିକା।)
ଜଗତସିଂହପୁର
ତା =8/10/23
ଦୀର୍ଘ ଦିନର ବ୍ୟବଧାନ ପରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଏବଂ ପ୍ରେମିକା ସୋନାଲିକ ଙ୍କ ବିବାଦ ଏବେ ଚର୍ଚ୍ଚାର ଜୋର ଧରିଛି । ବର୍ତମାନ ବିଧାୟକ ବିଜୟ ଶଙ୍କର ପ୍ରେମିକା ସୋନାଲିକା କୁ ଛାଡି ଅନ୍ୟ ଏକ ମହିଳା କୁ ବିବାହ କରିବା ନିମନ୍ତେ କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ବାନ୍ଧବୀ ସୋମାଲିକା ଏହାକୁ ନେଇ ନାନା ପ୍ରକାରର ପ୍ରଶ୍ନ ଉଠାଇଛନ୍ତି । ଆଉ ଏହି ପ୍ରସଙ୍ଗରେ କଟକ ସବରେଜିଷ୍ଟ୍ରାର ଅଫିସକୁ ଯାଇ ଲିଖିତ ଅଭିଯୋଗ ମଧ୍ଯ କରିଛନ୍ତି । ମାନ୍ୟବର କୋର୍ଟ ରେ ମାମାଲା ବିଚାରଧୀନ ଅଛି ହେଲେ ସେ ଆଉ ଜଣଙ୍କୁ ବିବାହ କରିବାକୁ ବସିଲେଣି ।ପୁଲିସ କୁ ବାରମ୍ବାର ଅଭିଯୋଗ ଦେଲେ ମଧ୍ୟ୍ୟ ମୋତେ ନିରାଶ କରିଛି | କାରଣ ବିଜୟ ଶଙ୍କର ଶାସକ ଦଳର ବିଧାୟକ ହୋଇଥିବାରୁ। ପୋଲିସ ମୋ ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହିଁ | ଯେଉଁଥି ପାଇଁ ମୋତେ ନ୍ୟାୟ ମିଳିନାହିଁ | ଆଇନୀକୁ ଅବଜ୍ଞା କରି ବିଜୟ ଶଙ୍କର ପୁଣି ଲୁଚିଛପି ଭୁଲ ଠିକଣା ଦେଇ ଆଉ ଜଣଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାର ଅଫିସରେ ବିବାହ ପଞ୍ଜିକରଣ ପାଇଁ ଆବେଦନ କରିଛନ୍ତି ।ସେଥିପାଇଁ ଆଜି ସୋମାଲିକା ପୁଣି ବିଧାୟକ ବିଜୟ ଶଙ୍କର ଙ୍କ ନାମରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି | ସୋନାଲିକା ବଞ୍ଚିଥିବା ଯାଏ ସେ ଏ ଲଢେଇ ଜାରି ରଖିବେ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ବୋଲି ନିଜର ପ୍ରତିକ୍ରିୟା ରେ କହିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




