୧୮ ଟିକିଆ ହାତୀ ପଲଙ୍କ ଉପଦ୍ରବ
କେନ୍ଦୁଝର ଜିଲ୍ଲାରେ ହାତୀଙ୍କ ଉପଦ୍ରବ ଥମିବାର ନାଁ ହେଉନାହିଁ। କେତେବଳେ ହାତୀ ପଲ ଘରେ ପଶି ଧାନ ଚାଉଳ ଖାଇ ଘର ନଷ୍ଟ କରି ଦେଇଛନ୍ତି ତ କେତେବେଳେ ଫସଲ ନଷ୍ଟ କରି ପକାଉଛନ୍ତି। ହାତୀ ପଲ ବିଶେଷ କରି ଚମ୍ପୁଆ, ତେଲକୋଇ, ସଦର, ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଉପଦ୍ରବ ମଚଉଛନ୍ତି । ଆଜି ସକାଳୁ ପାଟଣା ବ୍ଲକ ଖିରେଇଟାଙ୍ଗୀରି ସେକ୍ସନ ଅଞ୍ଚଳରେ ୧୮ ଟିକିଆ ହାତୀପଲଙ୍କ ଉପଦ୍ରବ କରୁଛନ୍ତି । ଏହି ହାତୀ ପଲ ଧାନ ଫସଲ ନଷ୍ଟ କରି ପକାଇଛନ୍ତି। ଏବେ ଏହି ହାତୀ ପଲ ବାଉଁଶୁଳି ଗାଁ ନିକଟରେ ଡେରା ପକାଇଛନ୍ତି । ହାତୀପଲ ଏହି ହାତୀ ପଲ କିଛି ଦିନ ହେବ ବିଭିନ୍ନ ଚାଷ ଖେତ ନଷ୍ଟ କରୁଛନ୍ତି । ଏହି ହାତୀ ପଲଙ୍କ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ହାତୀଙ୍କ ଗତିବିଧିକୁ ଜଗିଛନ୍ତି। ହାତୀ ପଲଙ୍କ ଯୋଗୁଁ ଫସଲ ନଷ୍ଟ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ କୌଣସି ଜଙ୍ଗଲ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜୁ




