ଯୁବସଂଗଠକ ହିମାଂଶୁ ମହାନ୍ତି ଙ୍କ ନେତୃତ୍ୱ ରେ 1000 ରୁ ଉର୍ଦ୍ଧ କର୍ମୀଙ୍କ ପଦଯାତ୍ରା।
କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ଚୌଦ୍ବାର ବ୍ଲକ କୋଟ ସାହି ପଞ୍ଚାୟତ ରେ ଆଜି ଯୁବସଂଗଠକ ହିମାଂଶୁ ମହାନ୍ତି ଙ୍କ ନେତୃତ୍ୱ ରେ ପଦଯାତ୍ରା ହୋଇଛି। ଏହି ପଦଯାତ୍ରା କୋଟସାହି ସ୍ଥିତ କୋଟେଶ୍ୱର୍ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା। ଟାଙ୍ଗୀ ଚୌଦ୍ଵାର ବ୍ଲକ ର 13 ଟି ପଞ୍ଚାୟତ ର ଏକ ହଜାର ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇ ଏକ ବିଶାଳ ପଦଯାତ୍ରା କରିଥିଲେ। ଯୁବ ନେତା ହିମାଂଶୁ ମହାନ୍ତି ଙ୍କ ନେତୃତ୍ୱ ରେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ କର୍ମ କର୍ତ୍ତା କୋଟସାହି ପଞ୍ଚାୟତ ପରିକ୍ରମା କରି ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ଏହି ବିଶାଳ ପଦଯାତ୍ରା ରେ ଛାତ୍ରନେତା ଯୁବ ନେତା ଓ ବିଜୁ ମହିଳା ଜନତା ଦଳର କର୍ମୀ ମାନେ ଏକତ୍ରିତ ହୋଇ ଯୁବ ସଂଗଠକ ହିମାଂଶୁ ମହାନ୍ତି ଙ୍କ ହାତ ମୁଠା କୁ ଟାଣ କରିବା ସହିତ ଆଗାମୀ 2024 ନିର୍ବାଚନରେ ହିମାଂଶୁ ମହାନ୍ତି ଙ୍କୁ ନିର୍ବାଚିତ କରି ବିଧାନସଭାକୁ ପଠାଇବେ ବୋଲି ନିଷ୍ପତି ନେଇଥିଲେ ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍।




