ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ତିନିଦିନ ଧରି ସାଇ ବାବା ଙ୍କର କାର୍ଯ୍ୟକ୍ରମ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି.ଉଦଘାଟନୀ ଦିବସରେ ସାଇ ବାବାଙ୍କର ବିଶାଳ ଶୋଭଯାତ୍ରା ବାଜିଚଉକ ଠାରୁ ବାହାରି ଶ୍ରୀରାମ ମଣ୍ଡପ ଠାରେ ପଂହଁଚିଥିଲା ଏଥିରେ ମୁଖ୍ୟ ଆକର୍ଷଣ ଥିଲା ସାଇ ବାବା ଙ୍କର ରଥ, ପାଦୁକା ଓ ସଟକା ଦର୍ଶନ. ଦ୍ୱିତୀୟ ଦିବସରେ ସାଇ ସତ୍ୟନାରାୟଣ ବ୍ରତ ପୂଜା ରେ 108 ଦମ୍ପତି ଅଂଶଗ୍ରହଣ କରିଥିଲେ. ଶିରିଡି ର ମୁଖ୍ୟ ପୂଜାରୀ ଏହି ପୂଜା ସମ୍ପାଦନ କରିଥିଲେ.ସେହିପରି ତୃତୀୟ ଦିନ ଏକ ଦିବସୀୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହୋଇଥିଲା. ଏଥିରେ 108 ଜଣ ସାଇ ଆଶ୍ରିତ ପୁରୀ, ଭୁବନେଶ୍ୱର, କଟକ,ଅନୁଗୁଳ,କେନ୍ଦୁଝର ଯାଜପୁର,ଭଦ୍ରକ, ନୟାଗଡ ଓ ଢେଙ୍କାନାଳ ରୁ ଆସି ପାରାୟଣ କରି ଥିଲେ.ସକାଳ 6ଘଟିକାରେ ଓଁ ଧ୍ୱନି କରାଯାଇ ବିଷ୍ଣୁ ସହସ୍ରନାମ, ଗୁରୁଭାଗବତ ସାଇ ଅଷ୍ଟତ୍ତର ନାମ ପଢ଼ାଯାଇ ପତ୍ରଭିଷେକ କରାଯାଇଥିଲା.ସକାଳ 7ଘଟିକାରେ ବିଶ୍ୱର କଲ୍ୟାଣ ନିମନ୍ତେ ଅଖଣ୍ଡଦୀପ ପ୍ରଜ୍ବଳନ କରାଯାଇ ଆରତୀ କରିବା ସହିତ ପାରାୟଣ ର ଶୁଭାରମ୍ଭ କରାଯାଇଥିଲା. ମୁଖ୍ୟ ପାଠକ ଶିବ ପ୍ରସାଦ ପଣ୍ଡା ଓ ମୁଖ୍ୟ ପାଠିକା ଅମ୍ରିତା ନାଥ ପାରାୟଣ କୁ ପଠନ କରିଥିଲେ. ସନ୍ଧ୍ୟା 7ଘଟିକାରେ ପାରାୟଣ ସମ୍ପର୍ଣ କରି ମହା ଆରତୀ ହୋଇଥିଲା. ଶିରିଡି ସଂସ୍ଥାନ ର ସାଇ ପ୍ରବଚକ ଙ୍କ ଦ୍ୱାରା ସାଇ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା.ଶେଷରେ ପ୍ରସାଦ ସେବନ ହୋଇଥିଲା. ସମସ୍ତ କାର୍ଯ୍ୟ କୁ ଅମରେନ୍ଦ୍ର ଖୁଣ୍ଟିଆ ସଂଯୋଜନା କରିଥିଲେ.




