ରାସ୍ତା ଘାଟ ସଫା କଲେ ଇଣ୍ଟର୍ ନ୍ୟାସନାଲ ହ୍ୟୁମାନ ରାଇଟସ୍ କାଉନସିଲ କର୍ମକର୍ତ୍ତା
ତାଳଚେର – ଆଜି ଇଣ୍ଟର୍ ନ୍ୟାସନାଲ ହ୍ୟୁମାନ ରାଇଟସ୍ କାଉନସିଲ କର୍ମକର୍ତ୍ତା ମାନେ ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ୍ ଅନ୍ତର୍ଗତ ଏମ ସି ଏଲ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରି ରାସ୍ତା ଘାଟ ସଫା କରୁଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ତାଳଚେର ରେ ଏକ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଲକ୍ଷ। ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚି ଜନସଚେତନତା ସୃଷ୍ଟି କରି ଗାଁ ଠାରୁ ସହର ଯାଏ ସବୁଠି ସ୍ଵଚ୍ଛତା ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ସଭାପତି ଜ୍ୟୋସ୍ନା ମୁର୍ମୁ, ରଜିଆ ଖାତୁନ, ରଶ୍ମୀ ମଞ୍ଜରୀ ଦାସ, ରାଜଲକ୍ଷ୍ମୀଙ୍କ ସହ ଅନ୍ୟ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


