(ଏଲ ଆଇ ସି ଅଭିକର୍ତ୍ତା ସଂଘର ସାଙ୍ଗଠନିକ _ବୈଠକ ଅନୁଷ୍ଠିତ )
ଜଗତସିଂହପୁର
ତା =19/10/23
ଜଗତସିଂହପୁର ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗତସିଂହପୁର ଏଲ ଆଇ ସି ଅଭିକର୍ତ୍ତା ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅଭିକର୍ତ୍ତା ସଂଘର ସମସ୍ତ ଇ. ସି କର୍ମକର୍ତ୍ତା ଯୋଗଦେଇ ଥିଲେ | କଟକ ଡିଭିଜନ ଅଧୀନରେ ଥିବା ଲିଆଫି ର ଉପ ସଭାପତି ଜୟନ୍ତ କୁମାର ସାହୁ | ଜଗତସିଂହପୁର ଏଲ ଆଇ ସି ଉପ ପ୍ରବନ୍ଧକ ସାର୍ଥକ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ | ଅଭିକର୍ତ୍ତା ସଂଘ ସଭାପତି ବେଣୁଧର ପରିଡା | ସମ୍ପାଦକ କୃପାସିନ୍ଧୁ ବାରିକ | କୋଷାଧକ୍ଷ ପ୍ରଶାନ୍ତ ଓଝା | ଉପ ସଭାପତି ଅଶୋକ କୁମାର ରାୟ | ଶରତ ଚନ୍ଦ୍ର ସେଠି | ସହ ସମ୍ପାଦକ ପଞ୍ଚାନନ ମଲ୍ଲିକ | ରାଜେଶ ମାସ୍ତାନ ପ୍ରମୁଖ ଯୋଗଦେଇଥିବା ବେଳେ ଉପଦେଷ୍ଟା ଭାବେ ବରିଷ୍ଠ ଅଭିକର୍ତ୍ତା ସମୀର ରଞ୍ଜନ ସେନାପତି | ବାପୁ କାନୁନଗୋ | କ୍ଷୀରୋଦ ସ୍ୱାଇଁ ପ୍ରମୁଖ ଯୋଗଦେଇ
ଅଲଇଣ୍ଡିଆ ଲିଆଫି ସଂଘରେ ହୋଇଥିବା ଆଲୋଚନାର ଗୁରୁତ୍ୱପୂର୍ଣ ବିଷୟ ବଖାଣି ଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


