ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ରେ ସ୍କନ୍ଧମାତା ବେଶ
ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ନବ ରାତ୍ରୀ ପୂଜା ପଞ୍ଚମ ଦିବସ ପାଳିତ ହୋଇଯାଇଛି। ପ୍ରାତଃ ରୁ କଳସ ପୂଜା,ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡ଼ଶ ଉପଚାରରେ ପୂଜା, ଚଣ୍ଡୀ ପାଠ ପୂଜା ଓ ଯଜ୍ଞ, ଅଖଣ୍ଡ ଦୀପ ସ୍ଥାପନା ହୋଇଥିଲା। ଆଜି ନବ ରାତ୍ରୀ ର ପଞ୍ଚମ ଦିନରେ ମା’ଙ୍କୁ ସ୍କନ୍ଧମାତା ବେଶରେ ସଜ୍ଜିତ କରାଯାଇଥିଲା। ପ୍ରତ୍ୟେକ ଦିନ ୧୦୦୮ ବେଲପତ୍ର ଲାଗି କରାଯିବ ମା’ଙ୍କୁ ଓ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯିବ। ପୂଜକ ଲିଙ୍ଗରାଜ ପତି ଶର୍ମା, ସୈାମ୍ୟବ୍ରତ ପତି, ପବିତ୍ର ପାଣିଗ୍ରାହୀ ଓ ମନ୍ଦିର ର ପୂଜକ ଆପୁଲି ରଣା ମନ୍ଦିର କର୍ମକର୍ତ୍ତା ବ୍ରଜ ମୋହନ ସାହୁ,ରବିନ୍ ଗାନ୍ଧୀ, ଅଭିମନ୍ୟୁ ବେହେରା ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ଏହି ନବରାତ୍ର ପୂଜା ପଞ୍ଚମ ଦିବସ ପାଳନ କରାଯାଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


