ଭାରତ ଵର୍ଷର ଜସ୍ୱଶୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଜି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗସ୍ତରେ ଆସି ଵେଣାପୁର ପଡ଼ିଆରେ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ମୋଦି ମୁଖ୍ୟଅତିଥି ଭାଵେ ଯୋଗଦେଇ କୋଡ଼ିଏ ହଜାର କୋଟି ବ୍ୟୟବରାଦରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀରୁ ଭୁବନେଶ୍ଵର ପର୍ଯ୍ୟନ୍ତ ରାସ୍ତା ପାଇଁ ୧୧୬୫ କୋଟି ୩୦ ଲକ୍ଷ ଟଙ୍କା, ଚଣ୍ଡିଖୋଲ ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ୮ ଥାକିଆ ରାସ୍ତା ପାଇଁ ୨୮୦୦ କୋଟି ଟଙ୍କା, କୁଆଖିଆ ଠାରୁ ମଙ୍ଗଳପୁର ୪ଥାକିଆ ରାସ୍ତା ନିର୍ମାଣ ପାଇଁ ୭୨୧ କୋଟି ୬୮ ଲକ୍ଷ ଟଙ୍କା ଆଦି ବିଭିନ୍ନ ପ୍ରକଳ୍ପ ଅନ୍ତର୍ଭୁକ୍ତ। କେନ୍ଦ୍ରାପଡ଼ାରୁ ପାରାଦୀପ ପର୍ଯ୍ୟନ୍ତ ଏକ ସେତୁ ଟ୍ରେନ ଚଳାଚଳର ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଗରିବ ପରିବାରକୁ ପାଞ୍ଚ ବର୍ଷ ପାଇଁ ମାଗଣାରେ ଚାଉଳ ଯୋଗାଇ ଦିଆଯିବ। ବିକଶିତ ଭାରତ ଯୋଜନାରେ ୨୦୩୦ ମସିହା ସୁଧା ଭାରତକୁ ବିଶ୍ୱର ଏକ ନମ୍ବର ରାଷ୍ଟ୍ରରେ ପରିଣତ କରାଯିବ। ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି। ଓଡ଼ିଶାକୁ ଭାରତର ଏକ ନମ୍ବର ରାଜ୍ୟ ଭାଵେ ଗଢ଼ିବାକୁ ମୁଁ ଆଜି ପ୍ରଵାଦ ପୁରୁଷ ବିଜୁପଟନାୟକଙ୍କ ଜନ୍ମ ଦିନରେ ଶପଥ ନେଉଛି। ଓଡ଼ିଆର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସବକୁ ସଂଯୋଜନା କରିଥିବା ବେଳେ ରାଜ୍ୟପାଳ ରଘୁବର ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ଯାଜପୁରରୁ ଶତୃଘ୍ନ ରାଉଳ

April 18, 2026/
No Comments



