ରାଉରକେଲା,: ବିଜେଡି ଓ ବିଜେପି ମେଣ୍ଟ କସରତ ଚାଲିଥିବା ବେଳେ କଂଗ୍ରେସ ଏହାର ଫାଇଦା ନେବାକୁ ଆଗଭର ହୋଇଛି । ପୁରୁଣା ତଥା ଦଳଠାରୁ ଦୂରେଇ ରହିଥିବା ନେତାଙ୍କୁ ଏକଜୁଟ କରି ଦଳକୁ ମଜବୁତ କରିବାକୁ ଚେଷ୍ଠା କରୁଛି । ଏହିକ୍ରମରେ ରାଉକେଲରା ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ବିଏନ୍ ପଟ୍ଟନାୟକ ଦଳକୁ ଫେରିବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଶକ୍ତିଶାଳୀ ହୋଇଛି । ଆଗାମୀ ଦିନରେ ବିରୋଧୀ ଦଳକୁ ଚକମା ଦେଇ କଂଗ୍ରେସ ରାଉରକେଲାରେ ବାଜିମାତ୍ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ରାଜନୀତି ସମୟରେ ବି.ଏନ୍ ପଟ୍ଟନାୟକ ତାଙ୍କର ଡାହାଣ ହାତ ଭାବେ କାର୍ଯ୍ୟ କରୁଥିଲେ । ଦଳକୁ ତୃଣମୂଳସ୍ତରରୁ ସଂଗଠିତ କରିବା ସହ ଜିଲ୍ଲା କୋର କମିଟିର ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ ତୁଲାଉଥିଲେ । ବିଶେଷ କରି ଶାରଦା ନାୟକ ଦଳ ଛାଡିବା ପରେ ସେ ରାଉରକେଲାରେ କଂଗ୍ରେସ ସଂଗଠନକୁ ଭୂଷୁଡିବାକୁ ଦେଇନଥିଲେ । ହେମାନନ୍ଦ ବିଶ୍ୱାଳଭ୍କ ଦେହାନ୍ତ ପରେ ଶ୍ରୀପଟ୍ଟନାୟକ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ ।
ମାତ୍ର ସମାଜସେବାରେ ନିଜକୁ ଦୂରେଇ ପାରିନଥିଲେ । ସେ ଜନସେବା ସହ ଲାଇନ୍ସ ଗଭର୍ଣ୍ଣର ଭାବେ କାର୍ଯ୍ୟ କରି ମଧ୍ୟ ଲୋକଙ୍କ ସହ ରହିଛନ୍ତି । ବିଶେଷ କରି ଗରିବ, ବସ୍ତିବାସିନ୍ଦା ଓ ଖଟିଖିଆଙ୍କ ସୁଖଦୁଃଖରେ ନିଜକୁ ସାମିଲ କରି ଘରେ ଘରେ ‘ଗରିବଙ୍କ ରାଜା’ ଭାବେ ପରିଚିତ ହୋଇଛନ୍ତି । ଏବେ ସେ ପୁଣି ତରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି । କିିଛିଦିନ ତଳେ ରାଜ୍ୟ ପ୍ରଭାରୀ ଡଃ. ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି ।
ଶ୍ରୀପଟ୍ଟନାୟକ ଦଳକୁ ଫେରିବା ପରେ ଅନେକ ପୁରୁଣା ନେତା ଓ ସଂଗଠନ କଂଗ୍ରେସ ଉପରେ ଆସ୍ଥାପ୍ରକଟ କରିଛନ୍ତି । ଏପରିକି ଦଳକୁ ଫେରି ପୁଣି ଥରେ ରାଉରକେଲାରେ କଂଗ୍ରେସ ହାତୁମୁଠାକୁ ଟାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଲୋକେ କହୁଛନ୍ତି, ଏଥର ଇତିହାର ପୁନରାବୃତ୍ତି ଘଟିବ ଓ କଂଗ୍ରେସ ସତ୍ତାକୁ ଫେରିବ । ଜଣେ କଂଗ୍ରେସ କର୍ମୀ କହିଛନ୍ତି, ଏଥର ବିଜେପି କିମ୍ବା ବିଜେଡି ନୁହେଁ, କଂଗ୍ରେସ ହିଁ ବିଜୟୀ ହେବ । କଂଗ୍ରେସ ଟିକେଟ ଦୌଡରେ ବିଏନ ପଟ୍ଟନାୟକଙ୍କ ନାଁ ଆଗରେ ରହିଛି । ଯଦି ଦଳ ତାଙ୍କୁ ଟିକେଟ ଦିଏ, ତେବେ କଂଗ୍ରେସ ହିଁ ଲୋକଙ୍କ ଅସ୍ଥା ଭାଜନ ହେବ, ଏଥିରେ ସନ୍ଦେହ ନାହିଁ । ଏବେ ରାଜ୍ୟରେ ପରିବର୍ତ୍ତନର ହାୱା ବହୁଥିବା ବେଳେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ମିଳିଲେ, କଂଗ୍ରେସ ହିଁ ଫାଇଦାରେ ରହିବ ବୋଲି ଚର୍ଚ୍ଚା ହେଉଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-17.jpg)
