ସରପଞ୍ଚ ଙ୍କୁ ଜାତିଗତ ଆକ୍ଷେପ କରି ଗାଳିଗୁଲଜ |ଥାନା ରେ ଏତଲା
ଜଗତସିଂହପୁର ତା =14/11/24ଜଗତସିଂହପୁର ବ୍ଲକ ପଳାଶୋଳ ପଞ୍ଚାୟତ ଚାରି ନମ୍ବର ୱାର୍ଡ ରେ ରାସ୍ତା ଓ କଲଭଟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେହି ୱାର୍ଡ ର କେତେକ ବ୍ୟକ୍ତି ଉନ୍ନୟନ କାର୍ଯ୍ୟକୁ ବିରୋଧ କରି ଲେବର ସର୍ଦାର ଙ୍କ ଠାରୁ ସମସ୍ତ ଉପକରଣ ବଳପୂର୍ବକ ଛଡାଇ ନେଇଥିଲେ |ଘଟଣା ସ୍ଥଳରେ ସରପଞ୍ଚ ପହଞ୍ଚିଵା କ୍ଷଣି ଜାତିଗତ ଆକ୍ଷେପ କରି ଗାଳିଗୁଲଜ କରିବା କୁ ନେଇ ଉତେଜନା ଦେଖାଦେଇଛି | ଏ ସମ୍ପର୍କ ରେ ସରପଞ୍ଚ ଜଗତସିଂହପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି |ଖବର ନେବାରେ ଜଣା ଯାଇଛି ପଳାଶୋଳ ପଞ୍ଚାୟତ ଚାରି ନମ୍ବର ୱାର୍ଡ ରେ ଗ୍ରାମ୍ୟ ଉନ୍ନୟନ ଯୋଜନାରେ ରାସ୍ତା ଓ କଲଭଟ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ନାମରେ ଥିଲା |ଲେବର ସର୍ଦାର ଦୁର୍ଗା ଚରଣ ସେଠି ଓ ସହଯୋଗୀ ଉନ୍ନୟନ କାର୍ଯ୍ୟ କରୁଥିଲେ |ହଠାତ ପଳା ଶୋଳ ଗ୍ରାମର ଅରୁଣ ମହାପାତ୍ର | ସୋମ୍ୟ ରଞ୍ଜନ ସାହୁ | ସୁବାଶିଷ ଦାସ | ସାଧୁ ଚରଣ ଦାସ | ପବନି ଦାସ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ହଂଗାମା ଆରମ୍ଭ କରି ଲେବରମାନଙ୍କ ଠାରୁ କୋଦଳା, ଟୋକେଇ ଆଦି ସାମଗ୍ରୀ ବଳପୁର୍ବକ ଛଡାଇ ନେଇ ଉନ୍ନୟନ କାର୍ଯ୍ୟ ବନ୍ଦକରି ସରପଞ୍ଚ ମେନକା ଦାସ ଙ୍କୁ ଆଶୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଗତ ଆକ୍ଷେପ କରି ସର୍ବସାଧାରଣ ରେ ଗାଳି ଗୁଲଜ କରିଥିଲେ | ଏ ସମ୍ପର୍କ ରେ ସରପଞ୍ଚ ମେନକା ଦାସ ଜଗତସିଂହପୁର ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



