ଭୂବନେଶ୍ୱର, ୨୧/୦୧ : ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ । ଏ ନେଇ ରାଜ୍ୟ ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବା ପାଇଁ ରାଜ୍ୟ ସରକାର ନିକଟରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେଣୁ ୨୦୨୫-୨୬ ଶିକ୍ଷାବର୍ଷରେ ନାମ ଲେଖା ଲାଗି ସରକାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି।
ଯେଉଁ ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ସେମାନଙ୍କ ଲାଗି ସର୍ବନିମ୍ନ ବୟସ ୬ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବା ଆବଶ୍ୟକ। ୨୦୨୪ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହୋଇଥିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିପରି ପ୍ରାରମ୍ଭିକ ସ୍କୁଲ ଶିକ୍ଷା ପାଇଁ ପ୍ରତି ବିଦ୍ୟାଳୟରେ ଶିଶୁ ବାଟିକା ଖୋଲାଯିବ। ଶିଶୁ ବାଟିକା ପାଇଁ ପିଲାଙ୍କ ବୟସ ୫ରୁ ୬ ବର୍ଷ ମଧ୍ୟରେ ହେବା ଆବଶ୍ୟକ।



