( ଭି ବଜ଼ାର ଚୋରୀ ରେ ସମ୍ପୃକ୍ତ ଅଭିଯୁକ୍ତ ସୁରେଶ ଗିରଫ, ବିପୁଳ ଚୋରୀ ସାମଗ୍ରୀ ଉଦ୍ଧାର )
ଜଗତସିଂହପୁର
ତା 21/1/25
ଜଗତସିଂହପୁର ବଡ଼ ବଜ଼ାର ସ୍ଥିତ ଭି ବଜ଼ାର ସୋରୁମ ରୁ ଗତ 15 ତାରିଖ ବିଳମ୍ବିତ ରାତିରେ ସଟର ତାଡି ବ୍ୟାପକ ସାମଗ୍ରୀ ଚୋରୀ କରିଥିବା ଅଭିଯୁକ୍ତ କୁ ଜଗତସିଂହପୁର ସଦର ପୋଲିସ ଗିରଫ କରିବା ସହିତ ବ୍ୟାପକ ଚୋରୀ ସାମଗ୍ରୀ ଉଦ୍ଧାର କରିବାକୁ ସକ୍ଷମ ହୋଇଛି | ଖବର ନେବାରେ ଜଣାଯାଇଛି 15ତାରିଖ ବିଳମ୍ବିତ ରାତିରେ ଭି ବଜ଼ାର ସଟର ତାଡି ଦୃବୁତ ସୋରୁମ ରେ କଳାକନା ବୁଲାଇଥିଲା |ଏ ସଂକ୍ରାନ୍ତ୍ର ରେ ସୋରୁମ ମ୍ୟାନେଜର ତୁଷାରକାନ୍ତ ଭଟ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ କୁମାର ସାହୁ 31/25ରେ ସାଇବର ସେଲ ରେ ଏକ ମକଦମା ରୁଜୁ କରିଥିଲେ | ଜଗତସିଂହପୁର ଥାନା ଅଧିକାରୀ ସି ସି ଟି ଭି ପୋଟେଜ ଯାଞ୍ଚ କରି ଚୋର କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ ଜରିଆରେ ଜାଲ ବିଛାଇଥିଲେ | ସି ସି ଟିଭି ପୋଟେଜ କୁ ଆଧାର କରି ବିଭିନ୍ନ ହୋଟେଲ ଯାଞ୍ଚ କରାଯାଇଥିଲା | ଅଭିଯୁକ୍ତ ଚୋର ରାଜା ହୋଟେଲ ରେ ରହୁଥିବା ସଂକ୍ରାନ୍ତ ରେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା |ପୋଲିସ ଟିମ ଜଗତସିଂହପୁର ରାଜା ହୋଟେଲ ଚଢ଼ାଉ କରି ସୁରେଶ କୁ ଗିରଫ କରିବାରେ ସକ୍ଷମ ହୋଇଥିଲା |ତାହା ପରେ ସୁରେଶ ଭି ବଜ଼ାର ଚୋରୀ କରିଥିବା ସଂକ୍ରାନ୍ତ ରେ ପୋଲିସ କୁ ସମସ୍ତ ସୂଚନା ଦେବା ପରେ ଚୋରୀ ସାମଗ୍ରୀ ପୋଲିସ ଉଦ୍ଧାର କରିଥିଲା |
ଏ ସଂକ୍ରାନ୍ତ ରେ ଜଗତସିଂହପୁର SDPO ଜଗତସିଂହପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ |
ଅଭିଯୁକ୍ତ ଚୋର ସୁରେଶ ର ଘର ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ବଡପୋଖରିଆ ଅଞ୍ଚଳ ରେ |ସେ ଦୀର୍ଘ ଏକ ମାସ ହେବ ବିଭିନ୍ନ ହୋଟେଲ ରେ ରହି ବିଭିନ୍ନ ଅଞ୍ଚଳ ରେ ଚୋରୀ କରିବାକୁ ସକ୍ଷମ ହେଉଥିଲା | ସୁରେଶ ନାମରେ
କଟକ ବାଦାମବାଡ଼ି, ବିରିଡି, ଜଗତସିଂହପୁର ଆଦି ଅଞ୍ଚଳ ରେ ଚୋରୀ ରାହାଜାନି ଆଦି ଅନେକ ଘଟଣା ରହିଥିବା SDPO ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



