ବଅଁରପାଳ ସରସ୍ଵତୀ ବିଦ୍ୟାମନ୍ଦିର ର ୨୯ ତମ ବାର୍ଷିକ ଉତ୍ସବ।
ବଅଁରପାଳ,୩୦/୦୧ – ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୯ ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି ଏହି ଉତ୍ସବରେ ଢେଙ୍କନାଳ ସାଂସଦ ମାନ୍ୟବର ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଶିଶୁ ମନ୍ଦିର ଏମିତି ଏକ ବିଦ୍ୟାଳୟ ଯେଉଁଠି ଭଲ ମନିଷ ତିଆରି ହୁଅନ୍ତି ପ୍ରାଚୀନ ଗୁରୁକୁଳ ଆଶ୍ରମର ଶିକ୍ଷାଦାନ ସହ ବର୍ତ୍ତମାନ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ଦାନ ର ସାଜସଜ୍ଜା ରହିଛି ସମ୍ମାନିତ ଅତିଥି ଭାବେ ଅନୁଗୋଳ ବିଧାୟକ ମାନ୍ୟବର ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଶିଶୁ ମନ୍ଦିର ଏକ ଭଲ ମନିଷ ତିଆରି କରିବା କାରଖାନା ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବଅଁରପାଳ ତହସିଲ ଦାର ରବିନାରାୟଣ ଆଚାର୍ଯ୍ଯ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବେ କ୍ଷେତ୍ର ସଂଗଠନ ମନ୍ତ୍ରୀ ସାହିତ୍ୟ ପରିଷଦ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ରବିନାରାୟଣ ନାୟକ ଯୋଗ ଦେଇ ବର୍ତ୍ତମାନ ଛାତ୍ର ସାମାଜ ପାଶ୍ଚାତ୍ୟ ଶିକ୍ଷାକୁ ଅନୁସରଣ ନକରି ନିଜ ମାତୃ ଭାଷାକୁ ଜାଣନ୍ତୁ ବୋଲି କହିଥିଲେ। ଏହି ଉତ୍ସବ ବିଦ୍ୟାଳୟର ସଭାପତି ସତ୍ୟବାନ ବରାହ ଙ୍କ ସଭାପତିତ୍ବ କରିଥିଲେ, ସମ୍ପାଦକ ଅଖିଲ କୁମାର ମହାପାତ୍ର ଅତିଥି ପରିଚୟ କରିଥିଲେ. ସ୍କୁଲ ପ୍ରଧାନ ଅଚାର୍ଯ୍ୟ ଧର୍ମାନନ୍ଦ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସଭାପତି ତାଙ୍କ ଅଭିଭାଷଣ ରେ ରଖିଥିଲେ ବିଦ୍ୟାଳୟ ର ସେବିକା ଶୈଳବାଳା ରାଉତରାୟ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା, ଶେଷରେ କୁନି କୁନି ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଗୁରୁଜୀ ତନ୍ମୟ ନାଥ ମଞ୍ଚ ପରିଚାଳନା କରିଥିଲେ। ପରିଚାଳନା କମିଟିର ସମସ୍ତ ସଦସ୍ଯ ଗୁରୁଜୀ, ଗୁରୁମା, ସେବକ, ସେବିକା ମାନେ ଉତ୍ସବର ଉଷାହିତ ଥିଲେ କୋଷାଧ୍ୟକ୍ଷ ଅକ୍ଷୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।



