ଏମସିଏଲ କେନ୍ଦ୍ରୀୟଡାକ୍ତରଖାନା ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଜଳିଗଲା
ତାଳଚେର, ୩୦/୦୪ ଡେରାସ୍ଥିତ ଏମସିଏଲର କେନ୍ଦ୍ରୀୟ ଚିକିତ୍ସାଳୟ ତଥା ପବିତ୍ର ମୋହନ ସରକାରୀ ଚିକିତ୍ସାଳୟ ପରିସରରେ ଥିବା ଏକ କ୍ୱାର୍ଟରରେ ବିଦ୍ୟୁତ୍ ସର୍ଟସର୍କିଟ ହୋଇ ନିଆ ଲାଗିଯିବାରୁ କ୍ୱାର୍ଟର ପ୍ରବେଶପଥରେ ଥୁବା ଜନୈକ ମହିଳା କର୍ମଚାରୀଙ୍କ ଏକ ସ୍କୁଟି ସମ୍ପୂର୍ଣ ଜଳି ଯାଇଛି। ଏଥିରେ ଦୁଇଟି ପରିବାର ଆସନ୍ନ ମୃତ୍ୟୁରୁ ବର୍ଷି ଯାଇଛନ୍ତି। ଦୁଇ ଦିନ ତଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ଡାକ୍ତରଖାନା ପରିସରରେ ଥିବା ବ୍ଳକ ୧୧, କ୍ୱାର୍ଟର ନଂ ବି/୬୩ ତଳେ ରଖାଯାଇଥିବା ବେଳେ ବିଦ୍ୟୁତ୍ ସଟସର୍କିଟ ହୋଇ ଓଡି ୩୫ଇ ୧୨୯୧ ସ୍ଫୁଟିଟି ହୁତୁହୁତୁ ହୋଇ ଜଳି ଯାଇଥିଲା। ପଡୋଶୀମାନେ ଏହା ଦେଖ୍ ପ୍ରଥମ ମହଲାରେ ରହୁଥବା ଦୁଇଟି ପରିବାରଙ୍କୁ ଛାତ ଉପରକୁ ନେଇଯିବା ସହ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଥିଲେ। କେନ୍ଦ୍ରୀୟ ଚିକିତ୍ସାଳୟ ଦାୟିତ୍ବରେ ଥିବା ବିଦ୍ଯୁତ୍ ଯନ୍ତ୍ରୀମାନଙ୍କୁ ବିଭାଗର ଖବର ଦିଆଯାଇଥିଲେ ସୁଦ୍ଧା ସେମାନେ ଏହାକୁ ହେୟ ମନେ କରି ଆସିନଥ୍ଳେ ସ୍ଥାନୀୟ ଅଧୂବାସୀ ପାଟିତୁଣ୍ଡ କରିବାରୁ ପରଦିନ ଚିକିତ୍ସାଳୟର ମୁଖ୍ୟଙ୍କ ସହ ଯୋଗାଣି ସହ ବିଦ୍ୟୁତ ବିଭାଗଯନ୍ତ୍ରୀ ଓ କର୍ମଚାର ଘଟଣାସ୍ଥଳକୁ ଆସି । ଡାକ୍ତରଖାନା ପରିସରକୁ ସବୁବେଳେ ନିରବଚ୍ଛିନ୍ନ ବିଦ୍ଯୁତ୍ ରକ୍ଷଣାବେକ୍ଷଣାକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଥିବା ସତ୍ତ୍ଵେ ବିଦ୍ଯୁତଯନ୍ତ୍ରୀ ଓ କର୍ମଚାରୀଙ୍କ ଖାମଖୁଅ ଖୁଆଲି ପାଇଁ ପାଇଁ ଏଭଳି ଘଟଣା ଘଟିଥିବା କଲୋନୀ ବାସିନ୍ଦା ଅଭିଯୋଗ କରିଛନ୍ତି ।



