ନୂଆଦିଲ୍ଲୀ: ଦେଶର ଗୃହ ମନ୍ତ୍ରଣାଳୟ ବୁଧବାର ଦେଶର ୨୪୪ଟି ଜିଲ୍ଲାରେ ଏକକାଳୀନ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭ୍ୟାସ ମଇ ୭ରେ ଅନୁଷ୍ଠିତ ହେବ। ଏଥିରେ ଏୟାର ସାଇରନକୁ ଚେତାବନୀ ଭାବେ ବ୍ୟବହାର କରାଯିବ। ସାଧାରଣ ନାଗରିକ ଓ ଛାତ୍ରମାନଙ୍କୁ ଆକ୍ରମଣ ସମୟରେ ସୁରକ୍ଷା ପାଇଁ ତାଲିମ, ବ୍ଲାକଆଉଟ ପ୍ରକ୍ରିୟା ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାପନାକୁ ଛଦ୍ମବେଶ କରିବା ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ।
ଏହା ପୂର୍ବରୁ ଗୃହ ସଚିବ ଗୋବିନ୍ଦ ମୋହନ ମଙ୍ଗଳବାର ସକାଳ ୧୦ଟା ୪୫ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏହି ବୈଠକରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA), ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳ (NDRF), ରେଳ ବୋର୍ଡ ଓ ବାୟୁ ସୁରକ୍ଷା ପ୍ରତିନିଧିମାନେ ଉପସ୍ଥିତ ରହିବେ। ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ।ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ୨୨ ଏପ୍ରିଲରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୨୫ ଜଣ ଭାରତୀୟ ଓ ଜଣେ ନେପାଳୀ ନାଗରିକ ଥିଲେ। ପାକିସ୍ତାନ ବାରମ୍ବାର ଦାବି କରୁଛି ଯେ ଭାରତ ଯେ କୌଣସି ସମୟରେ ତା ଉପରେ ସାମରିକ ଆକ୍ରମଣ କରିପାରେ। ଏହାକୁ ନେଇ ପାକିସ୍ତାନ ହାଇ ଆଲର୍ଟରେ ରହିଛି। ଅନ୍ୟପଟେ, ଭାରତ ମଧ୍ୟ ଯୁଦ୍ଧଜନିତ ପରିସ୍ଥିତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
