କୋଲକାତା: ଥମୁନି ଦୀଘା ଜଗନ୍ନାଥ ମନ୍ଦିର ନିର୍ମାଣ ବିବାଦ। ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ସବୁଆଡୁ ବିରୋଧର ସୁଅ ଛୁଟୁଛି। ଏହାରି ଭିତରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ। ଏକ୍ସ ରେ ସୂଚନା ଦେଲେ ବିଜେପି ଆଇଟି ସେଲ୍ ଅଧ୍ୟକ୍ଷ ଅମିତ ମାଲବ୍ୟ।
ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହି ଫଳକ କାଢ଼ିଥିବା ସୂଚନା। ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି ‘ଏକ୍ସ’ରେ ଲେଖିଛନ୍ତି। ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ବୋଲି ବିଜେପି ଲେଥିଛି।ଅନ୍ୟପଟେ କେବଳ ଗୋଟିଏ ନାମଫଳକରୁ ଧାମ ହଟିଛି, ମାତ୍ର ୱେବସାଇଟ୍ରେ ରହିଛି। ୱେବସାଇଟ୍ରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)