
ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଅନ୍ତିମ ଦିନ।….। କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମହିଭର ଖୁଡୁପଡା ଠାରେ ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ଖେଲ, ସୁନ୍ଦର ଭାବରେ ମାଁ ଲଙ୍କେଶ୍ବରି ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଥିଲା,ଏହି ଖେଳରେ 16ଟି ଦଲ ଭାଗନେଇଥିବା ବେଲେ,ବୋଡ଼େନଦଲ ଓ ତେନ୍ତୁଲିପଡା ଫାଇନାଲକୁ ପହଞ୍ଚିଥିଲେ,ବୋଡ଼େନ ଦଲ ବିଜୟ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ପୁର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରାଜୟ ହୋଇଥିବା ବିଧାୟକ ପାର୍ଥୀ ଶ୍ରୀ ମନୋଜ କୁମାର ମେହେର, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ସୁଧିରା ମେହେର,ପୁର୍ବତନ ଜିଲ୍ଲା ପରିଷଦ ଶ୍ରୀ ଟଙ୍କଧର ନାଏକ,ପିଲିକିଆ ସରପଞ୍ଚ ଶ୍ରୀମତୀ ଶବ୍ୟାରାଣି ସୁନାନୀ,ତଲମଲା ସରପଞ୍ଚ ପ୍ରତିନିଧି ଶ୍ରୀବ୍ରଜ ମନହିରା,ସରପଞ୍ଚ ପ୍ରତିନିଧି ଶ୍ରୀ ନିରଞ୍ଜନ ସୁନାନୀ,ଶ୍ରୀ ଶିବରାମ ଗୁରୁ,ରାହାସ ନାଏକ,ଘେନୁଗୁରୁ,ଚନ୍ଦ୍ରଭାନୁ ମାଝୀ,ହରିଶଙ୍କର ବାଗ,ବାବୁଲାଲ ସୁନାନୀ,ନିଲମଣି ନାଏକ,ମଞ୍ଚାସିନ ଥିଲେ,ଓ ଆମ ଜୁନାଗଡ ପ୍ରତିନିଧି ବାଲେଶ୍ବର ସୁନାନୀ,ନୀଜ ପୁଅର ଆତ୍ମାର ସତଗତି କାମନାକରୀ ମଞ୍ଚ ପରିଚାଳନା କରିଥିଲେ,ଅତିଥି ମାନେ ପ୍ରୃଷକ୍ରୃତକରି ଖେଲାଲିମାନଙ୍କୁ ଉତ୍ସାହିତ କରିଥିଲେ,ଏଥିରେ ଅନୁଷ୍ଠାନର ଶ୍ରୀରମେଶ , ଚତୁର୍ଭୁଜ,ଚିନ୍ତାମଣି,ସୁଶାନ୍ତ,ଓ ଅନୁଷ୍ଠାନ ର କର୍ମକର୍ତ୍ତା ସହଯୋଗ କରିଥିଲେ,ଜୁନାଗଡରୁ ବାଲେଶ୍ବର ସୁନିନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



