ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ
ଢେଙ୍କାନାଳ: ଗତ କାଲି ତା ୫/୫/୨୦୨୫ ରିଖ ରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଆମ୍ ଆଦମୀ ପାର୍ଟିର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ମୁଖ୍ୟ ଅତିଥି ରୂପେ ରାଜ୍ଯ ସଂଗଠନ ସମ୍ପାଦକ ଶ୍ରୀ ଭରତ କୁମାର ଦାସ, ଅନ୍ୟତମ ରାଜ୍ୟ ସମ୍ପାଦକ ସୋସିଆଲ ମିଡିଆ ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା, ଢେଙ୍କାନାଳ ଲୋକସଭା ସଭାପତି ଶ୍ରୀ ପଙ୍କଜ ନାୟକ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜିତେନ୍ଦ୍ର ବେହେରା ଯୋଗଦେଇ ନୂତନ କର୍ମକର୍ତ୍ତାମାନଙ୍କୁ ଦଳର ନୀତି ଆଦର୍ଶରେ କାମ କରିବା ପାଇଁଁ ଉଦ୍ବୋଧନ ଦେଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ରାଜ୍ୟରେ ମହିଳାଙ୍କ ପ୍ରତି ବର୍ଦ୍ଧିତ ଅତ୍ୟାଚାର ବିରୁଦ୍ଧରେ ବିଜେପିର ନିଷ୍କ୍ରିୟତା ପାଇଁ ନିନ୍ଦା ପ୍ରସ୍ତାବ ଗୃହୀତ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ଶ୍ରୀ ସୁବୋଧ ବେହେରା ଓ ଶ୍ରୀ ଜୟନ୍ତ କୁମାର ଦାସଙ୍କୁ ଉପସଭାପତି, ଶ୍ରୀ ସନାତନ ନାଏକ ଜିଲ୍ଲା ଅନୁସୁଚିତ ଜାତି ଓ ଜନଜାତି ସାମୁଖ୍ୟ ସଭାପତି, ଶ୍ରୀମତୀ ରେଣୁବାଳା ଚିନାରା ଜିଲ୍ଲା ମହିଳା ସଭାନେତ୍ରୀ, ଶ୍ରୀ ଶେଷଦେବ ବେହେରା ସାଧାରଣ ସମ୍ପାଦକ, ଶ୍ରୀ ପ୍ରସନ୍ନ ବରାଳ ଓ ଶ୍ରୀ ଅନିଲ କୁମାର ସାମଲ ସମ୍ପାଦକ, ଶ୍ରୀ ସରୋଜ ଧଳ ପର୍ଜଙ୍ଗ ବିଧାନସଭା ସଭାପତି, ରତିରଞ୍ଜନ ଜେନାଙ୍କୁ ସଦର ନିର୍ବାଚନ ମଣ୍ଡଳୀ ସଭାପତି ରୂପେ ମନୋନୀତ କରାଯାଇଥିଲା । ଢେଙ୍କାନାଳ ପୌରାଞ୍ଚଳ ନଗର ସଭାପତି ରୂପେ ଶ୍ରୀ ଦେବାଶିଷ ନନ୍ଦ,ଶ୍ରୀ ରୋହିତ ବେହେରା ଗଁଦିଆ, ଶ୍ରୀ ବିଭୁ ରଞ୍ଜନ ସାହୁ ପର୍ଜଙ୍ଗ, ଗୌରାଙ୍ଗ ସାମଲ ଭୁବନ , ଶ୍ରୀ ରାଜକୁମାର ପ୍ରଧାନ ସଦର, ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ, ଉପସଭାପତି, ସଦର ବ୍ଲକ,ଅରୁଣ କୁମାର ଦାସ କଙ୍କଡ଼ାହାଡ଼ ଓ ଲକ୍ଷ୍ମଣ ନାଏକ ଓଡ଼ାପଡ଼ା ବ୍ଲକ ସଭାପତି ରୂପେ ମନୋନୀତ କରାଯାଇଥିଲା।ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁମନ୍ତ ଗୋଛାୟତ ଓ ଢେଙ୍କାନାଳ ପୌରାଞ୍ଚଳ ମହିଳା ସଭାନେତ୍ରୀ ଭାବରେ ଶ୍ରୀମତୀ ସସ୍ମିତା ନନ୍ଦଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟାଳୟ ସମ୍ପାଦକ ରୂପେ ରଚିତା ନାଏକ ଓ ସହ ସଂପାଦିକା ଭାବେ ମଲ୍ଲିକା ମାଝୀ ମନୋନୀତ ହୋଇଥିଲେ।



